ରକ୍ତଦାନ କରିବା ମହାଦାନ ବୋଲି କୁହାଯାଇ ଥାଏ l କାହିଁକି ଯେତେବେଳେ ଆପଣ ରକ୍ତଦାନ କରି ଥାଆନ୍ତି ସେତେବେଳେ କେବଳ ନିଜର ରକ୍ତଦାନ କରି ନଥାଆନ୍ତି , ଅନ୍ୟକୁ ଜୀବନ ଦାନ ଦେଇ ଥାଆନ୍ତି l ଯେତେବେଳେ ରକ୍ତ କାହାକୁ ଆପଣଙ୍କ ରକ୍ତ କାହାକୁ ଦିଆ ଯାଇଥାଏ ତେବେ ଗୋଟିଏ ବ୍ୟକ୍ତିର ଜୀବନ ରକ୍ଷା ହୋଇଥାଏ l କିନ୍ତୁ ଯେତେବେଳେ ଆପଣ ରେଗୁଲାର ଭାବରେ ରକ୍ତଦାନ କରି ଥାଆନ୍ତି, ବ୍ଲଡ଼ ବ୍ୟତୀତ ଏହାଦ୍ୱାରା ବାହାରୁ ଥିବା RBC ଓ ପ୍ଲାଜ୍ମା ମଧ୍ୟ ଅଲଗା ଅଲଗା ଲୋକଙ୍କୁ ଦିଆ ଯାଇଥାଏ
ରକ୍ତ ଦାନକୁ ନେଇ ଆମ ଦେଶରେ ସର୍ବଦା ଜନ ସଚେତନତା କରାଯାଇ ଥାଏ , କିନ୍ତୁ ଲୋକଙ୍କୁ ଆବଶ୍ୟକତା ସମୟରେ ମିଳିପାରି ନଥାଏ l କାରଣ ରକ୍ତଦାନ କୁ ନେଇ ଅନେକ ସମୟରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାର ଭୁଲ ଧାରଣ ଭରି ରହିଛି l କାହିଁକି ନା କିଛି ଲୋକ ରକ୍ତଦାନ କରିବା ଦ୍ୱାରା ଶରୀରକୁ କି ଲାଭ ମିଳିଥାଏ , ତାହା ସେମାନେ ଜାଣି ନଥାଆନ୍ତି l
ରକ୍ତଦାନ ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡିଥାଏ ?
ଯଦି କୌଣସି ବ୍ୟକ୍ତି ରକ୍ତଦାନ କରିଥାଏ ତେବେ ତାର ଶରୀରରେ ରକ୍ତ ହୀନତା ଦେଖାଯାଇ ନଥାଏ l କାହିଁକି ନା ରକ୍ତଦାନ କରିବା ପୂର୍ବରୁ ଡାକ୍ତର ଡୋନର ର ହେମୋଗ୍ଲୋବିନ , ବ୍ଲଡ଼ ୟୁନିଟ ଓ ବ୍ଲଡ଼ ପ୍ରେସର ଇତ୍ୟାଦି ଯାଞ୍ଚ କରି ଥାଆନ୍ତି l
ରକ୍ତଦାନ କରିବା ଦ୍ୱାରା ଶରୀର କୁ ମିଳିଥାଏ -:
– ଆଇରନ ସ୍ତର ମେନଟେନ ରହିଥାଏ –
ରକ୍ତରେ ଯଦି ଆଇରନ କମ ରହିଥାଏ ତେବେ ଶରୀର ପାଇଁ କ୍ଷତିକାରକ ହୋଇଥାଏ l କିନ୍ତୁ ଯଦି ଆଇରନ ମାତ୍ରା ବଢି ଯାଇଥାଏ , ତେବେ ମଧ୍ୟ ମଣିଷ ଅନେକ ପ୍ରକାର ରୋଗରେ ଗ୍ରାସିତ ହୋଇଥାଏ l ଏଥି ମଧ୍ୟରୁ ଗୋଟିଏ ବଡ଼ ସମସ୍ୟା ହେଲା ଟିସୁ ଡ୍ୟାମେଜ ହୋଇ ଯାଇଥାଏ, ଲିଭର ଖରାପ ହୋଇ ଯାଇଥାଏ ଓ ଶରୀରରେ ଅକ୍ସୀଡେଟିଭ ଲାଇଫ ବୃଦ୍ଧି ହୋଇଥାଏ l କିନ୍ତୁ ଯେଉଁ ବ୍ୟକ୍ତିମାନେ ନିୟମିତ ରକ୍ତଦାନ କରି ଥାଆନ୍ତି ସେମାନଙ୍କ ଶରୀରରେ ଆଇରନ ସ୍ତର ମେନଟେନ ହୋଇ ରହିଥାଏ l
– ହାର୍ଟ ଆଟାକ ରୁ ରକ୍ଷା କରିଥାଏ –
ଯଦି ରକ୍ତରେ ଆଇରନ ବୃଦ୍ଧି ହୋଇଥାଏ ତେବେ ହାର୍ଟ ଅଟକା କାରଣ ମଧ୍ୟ ହୋଇଥାଏ l କାହିଁକି ନା ଆଇରନ କାରଣରୁ ଟିସୁଯ ର ବଢିଥିବା ଅକ୍ସୀଡେସନ ରକ୍ତ ସଂଚାଳନ ରେ ବାଧା ସୃଷ୍ଟି କରିଥାଏ l ଯଦି ଆପଣ ସୁସ୍ଥ ରହିବ ସହିତ ହାର୍ଟ କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ରକ୍ତ ଦାନ ବିଷୟରେ ଚିନ୍ତା କରିବା ଉଚିତ l ରକ୍ତଦାନ କରିବା ଦ୍ୱାରା ଶରୀରରେ ନୂଆ ରକ୍ତ ପ୍ରସ୍ତୁତ ମଧ୍ୟ ହୋଇଥାଏ
– ହେଲଦି ଲିଭର ପାଇଁ ରକ୍ତଦାନ –
ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ରକ୍ତଦାନ ଖୁବ ହିତକର l କାହିଁକି ନ ବ୍ଲଡ଼ ରେ ବଢିଥିବା ଆଇରନ ସ୍ତର ଲିଭର ର ଟିସୁଯ କୁ ଏଭଳି ଭାବରେ କ୍ଷତି ଘଟାଇ ଥାଏ, ଲିଭର ଇନଫେକ୍ସନ ଠାରୁ ନେଇ ଲିଭର କ୍ୟାନ୍ସର ପର୍ଯ୍ୟନ୍ତ ସମସ୍ୟା ଦେଖା ଯାଇଥାଏ l
– ଇମୋସନାଲ ହେଲ୍ଥ ପାଇଁ –
ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ପ୍ରତି ତିନିମାସ ରେ ରକ୍ତଦାନ କରିବା ଆବଶ୍ୟକ l ଆମର ରକ୍ତଦାନ ଦ୍ୱାରା ଯଦି କାହାର ଜୀବନ ରକ୍ଷା ହୋଇପାରେ ତେବେ ଏହା ଆମକୁ ମାନସିକ ଶାନ୍ତି ଦେଇଥାଏ l ଏହା ଗୋଟିଏ ପ୍ରକାରର ସକରତ୍ମକତା ଯାହା ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ରୀଫ୍ଲେକ୍ଟ ହୋଇଥାଏ l
– କେତୋଟି ଜାଣିବା କଥା –
– ରକ୍ତଦାନ କରୁଥିବା ବ୍ୟକ୍ତିର ବୟସ ୧୮ ବର୍ଷରୁ ରୁ ଉର୍ଧ ହୋଇଥିବା ଆବଶ୍ୟକ l
– ଡୋନର ଙ୍କ ଓଜନ ୪୫ କେଜି ରୁ ଅଧିକ ହୋଇଥିବା ଉଚିତ l
– ପ୍ରତି ୩ମାସ ରେ ଠାରେ ରକ୍ତଦାନ କରି ପାରିବେ l
