ନୂଆଦିଲ୍ଲୀ : ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି ଯେ ପଡୋଶୀ ଦେଶ ଉତ୍ତର କୋରିଆ ପକ୍ଷରୁ ବୁଧବାର ଦିନ ପୂର୍ବ ଓ ପଶ୍ଚିମ ଭାଗରେ ଗୋଟିଏ ପରେ ଗୋଟିଏ ୧୭ ଟି ମିସାଇଲ ଉତକ୍ଷେପଣ କରାଯିବା ପରେ ଦକ୍ଷିଣ କୋରିଆ ଆଲର୍ଟ ହୋଇ ଯାଇଛି l ଏହାର ପ୍ରତି ଜବାବ ରେ ଦକ୍ଷିଣ କୋରିଆ ୩ଟି ମିସାଇଲ ପରୀକ୍ଷଣ କରିଥିଲା l ଏହି ମସାଇଲ ଉତକ୍ଷେପଣ ପୂର୍ବରୁ ଉତର କୋରିଆ ଦକ୍ଷିଣ କୋରିଆ ସହିତ ସଂଯୁକ୍ତ ସୈନ୍ୟ ଅଭ୍ୟାସ କୁ ନେଇ ବିସ୍ତାର କରିବାକୁ ନେଇ ଆମେରିକାର ଆଲୋଚନା କରିଥିଲା l ଉତର କୋରିଆ ଦାବି କରିଥିଲା ଯେ ଏହା ସମ୍ଭାବ୍ୟ ଯୁଦ୍ଧାଭ୍ୟାସ ଅଟେ ଓ ମଙ୍ଗଳବାର ଦିନ ଏହାର ଜବାବ ରେ ଅଧିକ ଆକ୍ରମକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହା ଯାଇଛି
ଦକ୍ଷିଣ କୋରିଆ ଗଣମାଧ୍ୟମ ପକ୍ଷରୁ ଦୀପ ରେ ରହୁଥିବା ଲୋକଙ୍କୁ ଭୂତଳ ସେଲ୍ଟର କୁ ନେବାର ଫଟୋ ପ୍ରକାଶ କରାଯାଇ ଥିଲା । ମିସାଇଲ ଗୁଡ଼ିକ ଯେଉଁଠି ଖସି ଥିଲା , ସେହି ଅଞ୍ଚଳ କୋରୀୟା ଦୀପ ର ସାମୁଦ୍ରିକ ସୀମା ରୁ ୨୬ କିଲୋମିଟର ଦୂର ଅଟେ । ଅନ୍ତର ରାଷ୍ଟ୍ରୀୟ ସୀମା ଠାରୁ ଏହା ଖୁବ୍ ଦୂର ଅଟେ । ୧୯୪୮ ରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୃଷ୍ଟି ହେବା ପରେ ଏହା ପ୍ରଥମ ଥର ଅଟେ ଯେ ଯେବେ କୌଣସି ମିଶାଇଲ ସମୁଦ୍ର ସୀମାର ଏତେ ନିକଟରେ ଖସିଲା ।
