ଅଁଳା କୁ ଆୟୁର୍ବେଦ ରେ ଅମୃତ ଫଳ କୁହାଯାଏ l ଏହା ଭିଟାମିନ ସି ର ସବୁଠୁ ବଡ଼ ସ୍ରୋତ ଅଟେ l ଅନେକ ପୁରୁଣା ସମୟରୁ ଅଁଳାକୁ ବିଭିନ୍ନ ରୋଗର ଉପଚାର ପାଇଁ ଭାରତୀୟ ଆୟୁର୍ବେଦ ରେ କରା ହୋଇ ଆସୁଛି l ତେଣୁ ଭାରତୀୟ ଆୟୁର୍ବେଦ ରେ ଏହାକୁ ଅମୃତ ଫଳ ବୋଲି କୁହାଯାଇ ଥାଏ l ଅଁଳା ଦ୍ଵାରା ଶରୀର ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ଶୀତଋତୁ ରେ ଏହାକୁ ପାୱାର ବୁଷ୍ଟର ବୋଲି କୁହାଯାଇ ଥାଏ ।
– ଅଁଳା ରେ ଲୁଚି ରହିଥିବା କ୍ରୋମିୟମ ନାମକ ତତ୍ତ୍ଵ ଓ ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ପାଇଁ ହିତକର । ତେଣୁ ଶୀତଋତୁ ରେ ଅଁଳା ସେବନ କରିବା ଦ୍ୱାରା ତ୍ୱଚା ଓ କେଶ ସୁନ୍ଦର୍ ରହିଥାଏ ।
– ଅଁଳା ଆମର ସ୍ୱାସ୍ଥ୍ୟ ସହିତ କେଶ ପାଇଁ ମଧ୍ୟ ଖୁବ ଉପକାରୀ l ଅଁଳା ଭିଟାମିନ ସି, ଏ ଓ ଫାଇଟୋନ୍ୟୁଟ୍ରିଏଣ୍ଟସ ସହ ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର ଅଟେ l ଏହି ସମସ୍ତ ତତ୍ୱ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ l ଶୀତ ଋତୁରେ ବିଭିନ୍ନ ସଂକ୍ରମଣ ଠାରୁ ଶରୀର କୁ ଦୂରେଇ ରଖିଥାଏ ।
– ଗର୍ଭାବସ୍ଥା ସମୟରେ ଶୁଖିଲା ଅଁଳା କୁ ଖାଇବା ଦ୍ୱାରା ବାନ୍ତି ଭଳି ଅନେକ ସମସ୍ୟା ଦୂର ହୋଇଥାଏ ଓ ଶିଶୁକୁ ଉପଯୁକ୍ତ ପରିମାଣରେ ଭିଟାମିନ ସି ମିଳିଥାଏ l ଏହାଛଡା ମା ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
– ପେଟର ଯେ କୌଣସି ସମସ୍ୟା ହୋଇଥାଉ ସେଥିପାଇଁ ଶୁଖିଲା ଅଁଳା ଖୁବ ହିତକର ଅଟେ l ଗ୍ୟାସ, ଏସିଡ଼ିଟି , କୋଷ୍ଠ କାଠିନ୍ୟ ଇତ୍ୟାଦି ସମସ୍ୟାରୁ ଆରାମ ମିଳିଥାଏ ଅଁଳା ଖାଇବା ଦ୍ବାରା । ପେଟ ରୁ ଗ୍ୟାସ୍ କମାଇ ପେଟକୁ ଆରାମ ଦେଇଥାଏ ଅଁଳା ।
– ଅଁଳା ରେ ଥିବା ଆଣ୍ଟି ଇମ୍ଫଲାମେଟାରି ଗୁଣ ପାଟିର ଦୁର୍ଗନ୍ଧ ସୃଷ୍ଟି କରୁଥିବା ସମସ୍ତ ବ୍ୟାକ୍ଟେରିଆ କୁ ଦୂର କରିବାରେ ସାହାଯ୍ୟ କରିଥାଏ l ଅଁଳା ରେ ଭିଟାମିନ ସି ଓ ଏ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆମର ଆଖିର ଦୃଷ୍ଟିଶକ୍ତି କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏହାଛଡା ପାଟି ର ସ୍ଵାଦ କୁ ସଜାଡି ବାରେ ସାହାଯ୍ୟ କରିଥାଏ ।
– ଅଁଳା ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର ଅଟେ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ ଓ ଶରୀର କୁ ଶକ୍ତି ମିଳିଥାଏ l ମଧୁମେହ ରୋଗୀ ପ୍ରତିଦିନ ସକାଳୁ ଅଁଳା ଗୁଣ୍ଡ ଓ ଉଷୁମ ପାଣି ସେବନ କରିବା ଉଚିତ୍ ।
