Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ:~ ଆଜି ହଠାତ୍ ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ। ସାହାଯ୍ଯ ସହ-ଯୋଗ ପାଉଥିବା ଲୋକଟି ସାଧାରଣ ସ୍ୱାର୍ଥହାନି ହେତୁ କୁତ୍ସାରଟନାକରିବ। ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସଜାଡିନେବେ। ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ କରିବେ।

ବୃଷ:~ ଆଜି ଦିନଟି ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ବିବାଦୀୟପରିସ୍ଥିତି ହେତୁ ପାରିବାରିକ ସମସ୍ୟା ସମାଧାନ ସକାଶେ ଚିନ୍ତା ବଢିଯିବ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହ-ଯୋଗରୁ ଉପକୃତ ହେବେ। ଆଜି ହଠାତ୍ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।

ମିଥୁନ:~ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସ୍ଥଗିତ କାମସମ୍ପନ୍ନ ସକାଶେ ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। ବ୍ୟବସାୟ କିମ୍ବାଅନ୍ୟ କୌଣସି କାମରେ ଚାପର ସମ୍ମୁଖୀନ ହୋଇପାରନ୍ତି। ରୋଗ, ଋଣ ଓ ପରୋକ୍ଷଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତ ରହିବେ।

କର୍କଟ:~ କର୍ମକ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି । ଆଜି ଯେଉଁକାମରେ ହାତ ଦିଅନ୍ତୁନା କାହିଁକି ସଫଳତାର ଶୀର୍ଷକୁ ନିଶ୍ଚିତ ସ୍ୱର୍ଶ କରିବେ ।ଉପରିସ୍ଥଙ୍କ କଡା ତାଗିଦ୍ ହେତୁ ଅଫିସିଆଲି ଟେନସନ୍ କିଛି ମାତ୍ରାରେ ଲାଗି ରହିବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁ ବିଚଳିତ ହେବେ ।

ସିଂହ:~ପାରିବାରିକ ସମସ୍ୟାରସରଳ ସମାଧାନ କରି ମନକୁ ହାଲୁଜା କରିବେ ।ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାର କରଜ କରି କାମ କରିବାକୁ ବାଧ୍ୟହେବେ । ଆକସ୍ମିକ ଭାବେ କାହାର ଡାକରା ପାଇ ଦୂର ଜାଗାକୁ ଯିବାକୁପଡିପାରେ । କ୍ରୀଡା, ସଙ୍ଗିତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ।

କନ୍ୟା:~ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଏବଂ ପ୍ରତ୍ୟୁଷ ଯାତ୍ରାରେ ସଫଳତାପାଇବେ। କାର୍ଯ୍ୟ ହାସଲ ସକାଶେ ଅନ୍ୟ ଉପରେ ଦାୟିତ୍ୱ ନ୍ୟସ୍ତ କରି ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ। କଠିନ ଶ୍ରମ ଜନିତ ସାମାନ୍ୟ ଶାରିରିକଅସୁସ୍ଥତା ଅନୁଭବ କରିପାରନ୍ତି। ନିକଟ ସମ୍ପର୍କୀୟଙ୍କ ବିରୁଦ୍ଧାଚରଣ ହେତୁ କାର୍ଯ୍ୟ ଅଟକି ରହିଯାଇପାରେ ।

ତୁଳା:~ ନିକଟ ସମ୍ପର୍କୀୟମାନଙ୍କ ସହ କଳହରେ ଲିପ୍ତ ରହିବେ ।କାମଗୁଡିକ ଆଜି ସନ୍ତୋଷଜନକ ହେବ ନାହିଁ । ଋଣ ପରିଶୋଧ ପାଇଁ ବ୍ୟାକୁଳ ହେଲେ ମଧ୍ୟ ନିରୂପାୟ ରହିପାରନ୍ତି । ନିଜ ଲୋକମାନେ ଈର୍ଷାପରାୟଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି।

ବିଛା:~ ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରିଅନୁତାପ କରିବେ। ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ କେବଳ ନେଗେଟିଭ୍‌ଚିନ୍ତାରେ ଆକ୍ରାନ୍ତ ହେବ। ବିଶୃଙ୍ଖଳିତ କିମ୍ବା ଅସମାହିତ କର୍ମ ସକାଶେ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ।

ଧନୁ:~ ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ମନରେଭୟଆଶଙ୍କା ଥିଲେ ମଧ୍ୟ ମୁହଁ ଟାଣ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କାରିବାରେସଫଳ ହେବେ। କୌଣସି ଲୋକର ବିଷୟରେ କିଛି ନ ଜାଣି ତାହାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ନେଇ ଆସିବେ

ମକର:~ ଆକସ୍ମିକ ଭାବରେ ଧାରକରଜ କରିବାକୁ ପଡିପାରେ । ଆଜିପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ବ୍ୟବସାୟ ଓବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।

କୁମ୍ଭ:~ କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଆଜିରତରବରିଆ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।ଆଜି ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ରହିବେ । କଳା,ସାହିତ୍ୟ ଓ ସଙ୍ଗିନକ୍ଷେତ୍ରରେ ପୂର୍ବ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ। କାର୍ଯ୍ୟ ଦକ୍ଷତା ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।

ମୀନ:~ ପ୍ରକୃତ ଘଟଣାକୁ ନ ବୁଝି କାମ କଲେ ଅସୁବିଧାରେ ପଡିବେ। ଆଜିଦିନଟି ରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ। ଅଫିସରେ ସାଧାରନ କଥାକୁକେନ୍ଦ୍ର କରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସାଙ୍ଗଠନିକ କାର୍ଯ୍ୟରେନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ରେବତି ନକ୍ଷତ୍ର ଆର୍ଥିକ ସ୍ୱଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

IEC 2 years
Leave A Reply