Odisha news

ମା ଲକ୍ଷ୍ମୀ ଘରୁ ଅସନ୍ତୁଷ୍ଟ ହୋଇ ଯିବା ପୂର୍ବରୁ : ଏହିସବୁ ସଂକେତ ଦେଇଥାନ୍ତି

0

ଆଗକୁ ଆସୁଥିବା ସମୟରେ ଆମ ସହିତ କଣ ଘଟିବାକୁ ଯାଉଛି ସେ ବିଷୟରେ ଆମେ ଜାଣି ନଥାଉ l ବିଶେଷକରି ଧନର ମାମଲାକୁ ଦେଖିଲେ ଆମେ ପ୍ରାୟ ସଜାଗ ରହିଥାଉ l ଆମ ଜୀବନରେ ମଲକ୍ଷ୍ମୀଙ୍କର ପ୍ରଭାବ ଅନେକ ମାତ୍ରାରେ ରହିଥାଏ l ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁସାରେ ଅଧିକାଂଶ ବ୍ୟକ୍ତି ଆଗକୁ ଘଟିବାକୁ ଯାଉଥିବା ଘଟଣା ଉପରେ ବିଶେଷ ଗୁରୁତ୍ୱ ଦେଇଥାନ୍ତି l ଯଦି ଆପଣଙ୍କ ଘରୁ କୌଣସି କାର୍ଯ୍ୟକଳାପକୁ ନେଇ ଲକ୍ଷ୍ମୀ ଯିବାକୁ ଚାହୁଁଛନ୍ତି କିମ୍ବା ଧନ ହାନି ହେବାର ପରିସ୍ଥିତି ରହିଛି ତେବେ କିଛିଟା ସଂକେତ ମିଳିଥାଏ ,ଯାହାକୁ ଆପଣ ଜାଣି ରଖିବା ଉଚିତ l

ଆର୍ଥିକ ହାନିର ସଂକେତ-

* ମାନିପ୍ଲାଣ୍ଟ ଶୁଖିବା -ଯଦି ଆପଣ ନିଜ ଘରେ କୌଣସି ସ୍ଥାନରେ ମାନିପ୍ଲାଣ୍ଟ ଲଗାଇଛନ୍ତି ଓ ତାର ଠିକ ଭାବରେ ଯତ୍ନ ନେଉଛନ୍ତି ,କିନ୍ତୁ ତାହା ସୁଖିବାକୁ ଲାଗୁଛି ତେବେ ସେଥିପ୍ରତି ବିଶେଷ ସଜାଗ ରୁହନ୍ତୁ l ମାନିପ୍ଲାଣ୍ଟ ଶୁଖିବା ଦ୍ୱାରା ଜାଣିବେ ଯେ ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଓ ଆପଣଙ୍କୁ ଚେତାଇ ଦେଉଛନ୍ତି ଯେ ଆପଣଙ୍କ ଉପରକୁ ଆଗକୁ ବିପଦ ଆସିବାର ଅଛି l

* ନଳରୁ ପାଣି ଜଳିବା -ରୋଷେଇ ଘର କିମ୍ବା ଗାଧୁଆ ଘରର ନଳରୁ ଯଦି ପାଣି ଲିକ ହୋଇଥାଏ ତେବେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି l ଯେବେବି ନଳରୁ ପାଣି ଲିକ ହେବ ଆରମ୍ଭ ହୁଏ ଶତେବେଳେ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ l

* ଚୋରି ସ୍ୱପ୍ନ ଦେଖିବା -ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆପଣ ଚୋରି ସ୍ୱପ୍ନ କିମ୍ବା ଫଟା ପାକେଟର ସ୍ୱପ୍ନ ଦେଖନ୍ତି ଏହି ସମସ୍ତ ସ୍ୱପ୍ନ ଭବିଷ୍ୟତରେ ଆର୍ଥିକ ଅସୁବିଧାକୁ ସୂଚାଇ ଦେଇଥାଏ l ସେଥିପ୍ରତି ସତର୍କ ରହିବେ l

* ଛାତ ଉପରେ କାଉ ବସିବା -ଯଦି ଘରର ଛାତ ଉପରେ ଦକ୍ଷିଣ ଦିଗରେ କାଉ ବସିବାର ଦେଖୁଛନ୍ତି ତେବେ ଏହା ଭବିଷ୍ୟତରେ ଧନ ହାନିର ସଂକେତ ଦେଇଥାଏ l

* ଭୂମି ଉପରେ ପଇସା ପଡିବା -ଯଦି କେବେ ଆପଣ ଦେଖୁଛନ୍ତି ଆପଣଙ୍କ ହାତରୁ ପଇସା ଖସି ଭୂମି ଉପରେ ପଡି ଯାଉଛି ତେବେ ତାହାକୁ ତୁରନ୍ତ ଉଠାଇ ନେଇ ମୁଣ୍ଡରେ ଲଗାନ୍ତୁ ଯଦି ଆପଣ ଏପରି ନକରୁଛନ୍ତି ତେବେ ଭବିଷ୍ୟତରେ ଧନ ହାନି ହେବାର ସଂକେତ ରହିଛି  l

Leave A Reply