ମହାଭାରତରେ ବିଦୁର ଜଣେ ବିଦ୍ୱାନ ଓ ପ୍ରଭାଶାଳୀ ବ୍ୟକ୍ତିତ୍ୱ ଅଟନ୍ତି l ସେ ହସ୍ତିନା ପୁରର ପ୍ରଧାନମନ୍ତ୍ରୀ ହେବ ସହିତ ପାଣ୍ଡଵ ମାନଙ୍କର କାକା ଅଟନ୍ତି l ସେ ସବୁବେଳେ ସମସ୍ତଙ୍କୁ ହିତ ଉପଦେଶ ଦେବା ସହିତ ନୀତିବାନ କଥା କହୁଥିଲେ l ଯାହା ଜୀବନଶୈଳୀ ଉପରେ ଭଲ ପ୍ରଭାବ ପକାଇବ l ବିଦୁର ନିଜ ନୀତିରେ ଏପରି ୬ଟି କଥା କଂହିଛନ୍ତି ଯାହାକୁ କରିବା ବ୍ୟକ୍ତି ସାରା ଜୀବନ ଦୁଃଖ ଭୋଗିଥାଏ l
* ମହାତ୍ମା ବିଦୁରଙ୍କ ନୀତିରେ ଅନ୍ୟକୁ ଇର୍ସା କରୁଥିବା ବ୍ୟକ୍ତି ଜୀବନରେ କେବେବି ସୁଖରେ ରହିପାରେ ନାହିଁ l ଏହାର ଅର୍ଥ ଯେଉଁ ବ୍ୟକ୍ତି ଅନ୍ୟର ସୁଖ ଦେଖି ଇର୍ସା କରିଥାଏ ଓ ନିଜର ଖୁସି ଭଙ୍ଗ କରିଥାଏ ସେହି ଭଳି ବ୍ୟକ୍ତି କେବେ ଜୀବନରେ ସୁଖରେ ରହିପାରେ ନାହିଁ l
* ଅନ୍ୟକୁ ଘୃଣା ଓ ଅପମାନ କରୁଥିବା ବ୍ୟକ୍ତି କେବେବି ଜୀବନରେ ଖୁସିରେ ରହିପାରେ ନାହିଁ l କାରଣ ଏହିଭଳି ବ୍ୟକ୍ତିଙ୍କର ଅନ୍ୟପ୍ରତି ଖରାପ ଭାବନା ଯେପରିକି ଅନ୍ୟ କୌଣସି ବ୍ୟକ୍ତିକୁ ଅପମାନିତ କରିବେ କିମ୍ବା ଘୃଣା କରିବେ ତାହା ସବୁବେଳେ ଚିନ୍ତା କରନ୍ତି l ତେଣୁ ସେମାନେ ସୁଖରେ ରହି ପାରନ୍ତି ନାହିଁ l ବିଦୁର କହିଛନ୍ତି ଅନ୍ୟକୁ ଘୃଣା କିମ୍ବା ଅପମାନ କରିବା ଉଚିତ ନୁହେଁ l
* ବିଦୁରଙ୍କ ନୀତି ଅନୁସାରେ କ୍ରୋଧ କରୁଥିବା ବ୍ୟକ୍ତି କେବେବି ଖୁସିରେ ରହିପାରେ ନାହିଁ l କାରଣ ସେହିବ ହଲି ବ୍ୟକ୍ତି ମାନଙ୍କର କୌଣସି ବ୍ୟକ୍ତି ବନ୍ଧୁତା କରିବା ପାଇଁ ଇଛା କରି ନଥାନ୍ତି l
* ବିଦୁରଙ୍କ ନୀତି ଅନୁସାରେ ଯେଉଁବ୍ୟକ୍ତି ଅନ୍ୟ ମାନଙ୍କ ଉପରେ ସବୁବେଳେ ସନ୍ଦେହ କରୁଥାଏ ସେ କେବେବି ସୁଖରେ ରହିପାରେ ନାହିଁ l କାରଣ ସନ୍ଦେହୀ ବ୍ୟକ୍ତି ସବୁବେଳେ ନକାରାତ୍ମକ ଜିନିଷକୁ ଖୋଜିଥାଅ l
* ବିଦୁରଙ୍କ ନୀତିରେ ଯେଉଁ ବ୍ୟକ୍ତି ଅଧିକଂଶ ସମୟ ଯେତେ ଧନୀ ହେଲେ ମଧ୍ୟ ସନ୍ତୁଷ୍ଟ ହୋଇ ନଥାଏ ,ସେ କେବେବି ଖୁସିରେ ରହିପାରେ ନାହିଁ l ବିଦୁରଙ୍କ ନୀତିରେ ଜୀବନରେ ଯାହାବି ଆସୁ ଶାନ୍ତିରେ ରହିବ ବଶ୍ୟକ l
* ବିଦୁରଙ୍କ ନୀତିରେ ଅନ୍ୟର ଭାଗ୍ୟକୁ ନେଇ ଜୀବନ ବିତାଉଥିବା ବ୍ୟକ୍ତି ଜୀବନରେ କେବେବି ସୁଖରେ ରହିପାରେ ନାହିଁ l କାରଣ ସୁଖରେ ରହିବ ପାଇଁ ମିଜୋଏ ପରିଶ୍ରମ କରିବା ନିହାତି ଆବଶ୍ୟକ l