Odisha news

ବେଆଇନ ଶ୍ରମିକ ଚାଲାଣ : ତାମିଲନାଡୁକୁ ଦାଦନ ଶ୍ରମିକ ଖଟିବାକୁ ଯାଉଥିବା ବସରୁ ୨୪ଶ୍ରମିକଙ୍କୁ ଧରିଲା ପୋଲିସ

0

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଂଚଳରୁ ବେଆଇନ ଭାବେ ସୁଦୂର ତାମିଲନାଡୁକୁ ଶ୍ରମିକ ଚାଲାଣ ହେଉଥିବାକୁ ନେଇ ସଦର ଥାନା ଅନ୍ତର୍ଗତ କାମାକ୍ଷା ଛକ ନିକଟରୁ ୨୪ଜଣ ଯୁବକଙ୍କୁ ଏକ ବସରୁ ଉଦ୍ଧାର କରାଯାଇଛି । ତାମିଲନାଡୁକୁ ଦାଦନ ଶ୍ରମିକଭାବେ କାମ କରିବାକୁ ଯାଉଥିବା ଏହି ଯୁବକମାନଙ୍କୁ ଦଲାଲ୍ ମାନଙ୍କ ସହିତ ପୋଲିସ ସେମାନଙ୍କୁ ଧରି ଶ୍ରମ କାର୍ଯ୍ୟାଳୟକୁ ଆଣିଛି ।

ତାମିଲିନାଡୁରେ ଯୁବକମାନଙ୍କୁ ବିନା ପଞ୍ଜôକରଣରେ ପଠାଯାଉଥିବା ଜାଣିବା ପରେ ତାଙ୍କୁ ନେଇ ଯାଉଥିବା ବସ୍ କଣ୍ଡକ୍ଟର ଓ ସରପଂଚଙ୍କୁ ନୋଟିସ୍ ପଠାଇଥିବାର ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ତଦନ୍ତ ପରେ ୨୪ଜଣ ଯୁବକଙ୍କୁ ତାଙ୍କ ନିଜ ଗ୍ରାମକୁ ପଠାଇ ଦିଯାଯାଇଛି ।ଉଦ୍ଧାର ଯୁବକମାନେ କଙ୍କଡାହାଡ ବ୍ଳକ କେରଜୁଳି, ପରଜଙ୍ଗ ଥାନା ବାରିହାପୁର ଗ୍ରାମ ଓ କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ଅନୁଗୁଳ ଜିଲ୍ଲା ପାଲଲହଡା ଅଂଚଳର ବୋଲି ଜଣାପଡିଛି ।

ଏହି ଶ୍ରମିକମାନଙ୍କୁ ନେଇ ଯାଉଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ କନ୍ତୁରେଇ ଅଂଚଳର ସଂଜୟ ସାହୁକୁ ଅଟକ ରଖି ପଚରାଉଚରା କରାଯାଇଛି । ଏହି ଦଲାଲ୍ ତାମିଲନାଡୁର ଏକ ଶିଶୁ ଖାଦ୍ୟ ତିଆରି କାରଖାନରେ କାର୍ଯ୍ୟକରିବାକୁ ପଠାଉଥିବା ଦଲାଲ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କହିଛନ୍ତି । ଲକଡାଉନ ଯୋଗୁ କାମଧନ୍ଦା ଅଭାବ ଓ ଆର୍ଥିକ ସଙ୍କଟ ଯୋଗୁ କାମ ପାଇଁ ୍ତାମିଲନାଡୁ ଆସିଥିବା ବସରେ ଯିବାକୁ ବାଧ୍ୟ ହୋଇଛନ୍ତି ବୋଲି ଉଦ୍ଧାର ଶ୍ରମିକ ମାନେ କହିଛନ୍ତି ।

Leave A Reply