Odisha news

ସମ୍ପତ୍ତି ବିବାଦ :  ପଡ଼ି ରହିଲା ମା’ଙ୍କ ଶବ

0

ବ୍ରହ୍ମପୁର,୧୮ା୨ : ପୁଅ ପରେ ପରେ ସ୍ୱାମୀ ବି ଚାଲିଗଲେ । ଦୁଃଖର କଳାବାଦଳ ମାଡ଼ି ଆସିଥିଲେ ମଧ୍ୟ ସେ ଭାଙ୍ଗି ପଡ଼ି ନ ଥିଲେ । ନିଜ ୪ ଝିଅଙ୍କ ମୁହଁକୁ ଅନାଇ ସବୁ ସହି ନେଇଥିଲେ । ଭାବିଥିଲେ, ମଲା ପରେ ପୁଅର କାନ୍ଧ ସିନା ମିଳିବନି, କି;ୁ ଝିଅମାନେ ସବୁ କର୍ମ କରିଦେବେ । ସେଥିରେ ସେମାନେ କେବେ ହେଲେ ହେଳା କରିବେ ନାହିଁ । କି;ୁ ସେମିତି ଘଟିଲା ନାହିଁ । ସମ୍ପତ୍ତି ହେଲା କାଳ । ସମ୍ପତ୍ତି ପାଇଁ ଝିଅମାନେ ଏପରି କର୍ମ କଲେ ଯେ, ସେ ବଞ୍ଚିଥିଲେ ହୁଏତ ନିଜକୁ ଧିMାର କରିଥା’ନ୍ତେ । ସମ୍ପତ୍ତି ଆଗରେ ସମ୍ପର୍କକୁ ତୁଚ୍ଛ କରି ଦେଲେ ଝିଅମାନେ । ସମ୍ପତ୍ତି ଲୋଭରେ ଅନ୍ଧ ଚାରି ଝିଅ ଘର ଦାଣ୍ଡରେ ମା’ର ଶବକୁ ଘଣ୍ଟା ଘଣ୍ଟା ପକାଇ ରଖିଲେ । ଏଥିପାଇଁ ସେମାନଙ୍କ ମୁହଁରେ ତିଳେ ମାତ୍ର ଅନୁଶୋଚନା ଦେଖିବାକୁ ମିଳି ନଥିଲା । ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗର ଦ୍ୱିତୀୟ ଗଳିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ସୂର୍ଯ୍ୟମଣି ସାହୁ । ତାଙ୍କ ସ୍ୱାମୀ ତାରା ଚରଣ ସାହୁ ଜଣେ ଆର୍ମି ଅଫିସର ଥିଲେ । ବହୁ ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଛ । ତାଙ୍କ ପୂର୍ବରୁ ଆଖି ବୁଜି ସାରିଥିଲେ ସୂର୍ଯ୍ୟମଣିଙ୍କ ଏକମାତ୍ର ପୁଅ । ତେଣୁ ସ୍ୱାମୀଙ୍କ ପରଲୋକ ପରେ ୪ ଝିଅଙ୍କ ଭରସାରେ ବାକି ଜୀବନ କାଟି ଦେବେ ବୋଲି ସେ ଆଶା ରଖିଥିଲେ ।

Leave A Reply