Odisha news

ଦିନିକିଆ ଓଡିଶାଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମ ମାଧବ

0

ଭୁୁବନେଶ୍ୱର,୧୮/୦୨: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ସ୍ତମ୍ଭକାର, ବିଶିଷ୍ଟ ବୁଦ୍ଧିଜୀବୀ ତଥା ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାମ ମାଧବ । ଶ୍ରୀ ମାଧବ ଆସନ୍ତାକାଲି ସକାଳ ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ପରେ ଦିନ ୧୧ ଟା ସମୟରେ ଶ୍ରୀ ମାଧବ ରାଜ୍ୟ କାର୍ଯ୍ୟାଳୟ ଠାରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ବୈଠକ କରିବେ । ଶ୍ରୀ ମାଧବ ଦିନ ୧ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରିବେ । ସଂଧ୍ୟା ୫.୪୫ ଟାରେ ଶ୍ରୀ ମାଧବ ଭୁବନେଶ୍ୱର ଠାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ଭୋଧିତ କରି ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।

Leave A Reply