Odisha news

ଗୁରୁପ୍ରିୟା ସେତୁରେ ଫାଟ

0

ମାଲକାନାଗିରି, ୧୮ା୨ : ଗୁରୁପ୍ରିୟା ସେତୁର ୧୬ ନମ୍ବର ପିଲର ଉପରେ ଥିବା ଗାର୍ଡର ଏକ୍ସପାନସନ୍‌ ଜଏଣ୍ଟ ମୋଡ଼ି ହୋଇଯାଇଛି । ଏଥିଯୋଗୁ ବ୍ରିଜ୍ରେ ଫାଟ ସୃଷ୍ଟି ହେବା ସହ ପିଲର ଅଞ୍ଚଳରେ ମରାମତି ଆବଶ୍ୟକ ହୋଇପଡ଼ିଛି । ତେବେ ଏହା ବ୍ରିଜ୍ର ଠିକ୍‌ ମଝିରେ ହୋଇଥିବାରୁ ସ୍ୱାଭିମାନ ଅଞ୍ଚଳବାସୀ ବ୍ରିଜ୍‌ ଦେଇ ଯିବାକୁ ଭୟଭୀତ ହେଉଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ଗୁରୁପ୍ରିୟା ସେତୁର ମରାମତି କାମ ଆରମ୍ଭ ହୋଇଛି । ଅନ୍ୟପକ୍ଷେ ମାତ୍ର ଦେଢ଼ ବର୍ଷ ଭିତରେ ବ୍ରିଜରେ ମରାମତି ଆବଶ୍ୟକ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଠିଛି । ଏହା କେବଳ ସାମାନ୍ୟ ମରାମତି ଯାହା ଗୋଟେ କିମ୍ବା ଦୁଇଟି ଦିନରେ ସରିବ ବୋଲି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମିଶ୍ର କହିଛନ୍ତି । ଦୀର୍ଘ ବର୍ଷର ଦାବି ପରେ ଗୁରୁପ୍ରିୟା ସେତୁ ନିର୍ମାଣ ହୋଇଥିଲା । ସ୍ୱାଭିମାନ
ଅଞ୍ଚଳକୁ ଜନସାଧାରଣଙ୍କ ସହ ଯୋଡ଼ିବା ପାଇଁ ଏହି ପୋଲ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଛି । ବ୍ରିଜର ଏପରି ବ୍ୟବସ୍ଥା ପରେ ଏବେ ସ୍‌ୱାଭିମାନ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ବିଚ୍ଛିନ୍ନାଞ୍ଚଳ ବାସିନ୍ଦାଙ୍କ ୬ ଦଶନ୍ଧିର ସ୍ୱପ୍ନ ଗୁରୁପ୍ରିୟା
ସେତୁକୁ ଜୁଲାଇ ୨୬, ୨୦୧୮ରେ ମୁଖ୍ୟମନ୍ତ୍ରୀ ଉ“ାଟନ କରିଥିଲେ । ୯୧୦ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ଉପରେ ୧୫୧ଟି ଗାଁର ପ୍ରାୟ ୩୦ ହଜାର ଲୋକ ନିର୍ଭର କରୁଛନ୍ତି ।

Leave A Reply