Odisha news

ଅନ୍ତର୍ଜାତୀକ ସ୍ତରୀୟ ମାନ୍ୟତା ପାଇବ “ଜାହାନିଆଁ ବେଳାଭୂମୀ”

0

ଅସ୍ତରଙ୍ଗ : ଓଡିଶାର ୪୮୦ କି.ମି. ଉପକୂଳରେ ଥିବା, ସମୁଦ୍ର ତଟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତଗର୍ତ ପୀର ଜାହାନିଆଁ ସମୁଦ୍ରତଟ ସର୍ବୋକୃଷ୍ଟ ତଟ ଅଟେ । ଏହି ତଟରେ ଯେଉଁଭଳି ଭାବେ ୨୦ କି.ମି. ରୁ ଉର୍ଦ୍ଧ ବେଳାଭୂମୀ ସହ , ବିସ୍ତିନ୍ନ ପାକୃତିକ ପ୍ରାଚୀର ସଦୃଶ ଝାଉଁ ଜଙ୍ଗଲର ମନୋରମ ପରିବେଶ ଅଛି, ତାହା ଏହି ବେଳାଭୂମୀକୁ ଅନ୍ୟ ବେଳାଭୂମୀ ତୁଳନାରେ ଅଲଗା କରୁଅଛି ଓ ଏହା ପରିସ୍କାର ପରିଚ୍ଛନତା ଦୃଷ୍ଟିରୁ ମଧ୍ୟ ଆଗରେ । ତେଣୁକରି ଆଗାମୀ ଦିନରେ ରାସ୍ତା ସମ୍ପ୍ରସାରଣ, ରାସ୍ତାର ଉଭୟ ପାଶ୍ୱର୍ରେ ସନ୍ଦର୍ଯ୍ୟ ବୃଦ୍ଧିପାଇଁ ବୃକ୍ଷ ରୋପଣ ସୁରକ୍ଷା ବ୍ୟବସ୍ଥା ପାନୀୟଜଳ, ଆଲୋକି କରଣ, ବ୍ୟବସାୟୀ ମାନଙ୍କ ପାଇଁ ଭେଣ୍ଡିଂ ଜୋନ୍, ପର୍ଯ୍ୟଟକଙ୍କ ପାଇଁ ସ୍ଥାୟୀ ପ୍ରାକିଂ ବ୍ୟବସ୍ଥା, ଅବର୍ଜନା ମ୍ୟାନେଜମେଣ୍ଟ ଆଦି ସୁବିଧା କରାଯାଇ ପାରିଲେ ଏହା ଆନ୍ତର୍ଜାର୍ତିୟ ସ୍ତରରେ ଏକ ଆକର୍ଷଣୀୟ ବେଳାଭୂମୀର ମାନ୍ୟତା ଉପଲବ୍ଧ ହେବବୋଲି, ମଙ୍ଗଳବାର ଦିନ ପୀର ଜାହାନିଆଁ ବେଳାଭୂମୀର ଭିର୍ତ୍ତିଭୂମୀ ପରଖିବାକୁ ଆସି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଶୁସାନ୍ତ କୁମାର (ଆଇ.ଏଫ୍.ଏସ) ପ୍ରମୁଖ ପ୍ରକାଶ କରିଛନ୍ତି ।

 

Leave A Reply