Odisha news

ବଲିଉଡ୍‌ରେ ସୁହାନାଙ୍କ ଏଣ୍ଟ୍ରି

0

ବିଗ୍‌ବସ୍‌ ହାଉସ୍‌ରୁ ବାହାରିବା ପରେ ବିଗ୍‌ବସ୍‌-୧୩ର ରନର୍ସ ଅପ୍‌ ଆସିମ୍‌ ରିୟାଜ୍‌ଙ୍କ ଭାଗ୍ୟ ଖୋଲିଛି । ଆସିମ୍‌ ଆଉ ଏକ ଫିଲ୍ମରେ ନଜର ଆସିବେ । ତାଙ୍କ ଅପୋଜିଟ୍‌ରେ ଆସିବେ ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ । ସୁହାନା ପ୍ରଥମ ଥର ବଲିଉଡ୍‌ରେ ଡେବୁ୍ୟ କରିବେ । ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌ର ଆଉ ଏକ ପାର୍ଟରେ କରନ ଜୋହର ଉଭୟଙ୍କୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଆସିମ୍‌ଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏହା ଏକ ଖୁସି ଖବର । ଅପରପକ୍ଷେ ଆସିମ୍‌ ୱିନର୍‌ ନ ହେବା ଯୋଗୁ ତାଙ୍କ ଫ୍ୟାନ୍‌ ଦୁଃଖୀ ଅଛନ୍ତି । ସିଦ୍ଧାର୍ଥ ଶୁକ୍ଲା ଟ୍ରଫି ଜିତିବା ଫିକ୍ସ୍‌ଡ ଥିବା ଆରୋପ ଲଗାଯାଉଛି । ସିଦ୍ଧାର୍ଥ ଜବାବରେ କହିଛନ୍ତି ଦୁଃଖ ଲାଗୁଛି ଯେ ଲୋକ ଏପରି ଭାବୁଛନ୍ତି । ମୁଁ ବହୁତ କଷ୍ଟରେ ଟାଇଟଲ୍‌ ଜିତିଛି । ଯେଉଁମାନେ ଏପରି ଭାବୁଛନ୍ତି ସେମାନଙ୍କ ପାଇଁ ସରି ଫିଲ୍‌ କରୁଛି । ଯଦି ଆପଣମାନେ ସିଜନ୍‌ ୧୩ ଫଲୋ କରିଛନ୍ତି, ନିଶ୍ଚୟ ଜାଣିଥିବେ ଏପର୍ଯ୍ୟନ୍ତ ପହଞ୍ଚିବା ସହଜ ନ ଥିଲା ।

Leave A Reply

Your email address will not be published.