ସାରା ଭାରତରେ ବେରୋଜଗାରୀରେ ଓଡିଶା ୧ ନମ୍ବର
୨୦ ବର୍ଷ ଶାସନରେ ରୋଜଗାର ଦେବାରେ ବିଫଳ ନବୀନ ପଟ୍ଟନାୟକ
ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ବିକ୍ଷୋଭ
ଭୁବନେଶ୍ୱର,ତା.୧୮/୦୨: ଦୀର୍ଘ ୨୦ ବର୍ଷ ଶାସନ ପରେ ଓଡିଆ ଯୁବକଙ୍କୁ ସରକାର ଧୋକ୍କା ଦେବା ସହ ପ୍ରତାରିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପରାଗତ ପାଇଁ ଆଜି ଓଡିଶା ବେରୋଜଗାରୀ ଏବଂ ବେକାରୀରେ ୧ ନମ୍ବର ସ୍ଥାନରେ ରହିଛି । ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ମାତ୍ର ୨୬,୪୫୦ ଜଣଙ୍କୁ ନିଯୁକ୍ତି ନିଯୁକ୍ତି ମିଳିଛି । ଯାହାକି ନିଯୁକ୍ତି ହାର ମାତ୍ର ୧% । ସେହିପରି ରାଜ୍ୟ ସରକାରଙ୍କର ସ୍କିଲଡ ଓଡିଶା କାର୍ଯ୍ୟକ୍ରମ ସମ୍ପୃର୍ଣ୍ଣ ବିଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୯୩,୦୧୧ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨୧,୬୮୧ ନିଯୁକ୍ତି ପାଇଛନ୍ତି । ସରକାରଙ୍କର ନିଶ୍ଚିନ୍ତ ନିଯୁକ୍ତି କାର୍ଯ୍ୟକ୍ରମରେ ଓଡିଆ ଯୁବପିଢୀଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରୀପାଠି ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରୀପାଠି କହିଛନ୍ତି ଯେ, ରାଜ୍ୟରେ ୯ ଲକ୍ଷ ୨୧ ହଜାର ଶିକ୍ଷିତ ବେକାରି ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା ଗଂଜାମରେ ଅଛନ୍ତି ୫୫,୫୫୬ ଜଣ ଶିକ୍ଷିତ ବେକାରି ରହିଛନ୍ତି । ରାଜ୍ୟ ସରକାରଙ୍କର ଉଷସରଲ ଗସଦ୍ଭସଗ୍ଦଗ୍ଧରକ୍ସଗ୍ଦ ଋଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ ଏରଦ୍ଭରକ୍ସବଗ୍ଧସକ୍ଟଦ୍ଭ ଚକ୍ସକ୍ଟଶକ୍ସବଜ୍ଞଜ୍ଞର,ଯୁବନୀତି ଏବଂ ବିଜୁ ଯୁବ ବାହିନୀ ପ୍ରୋଗ୍ରାମ ପୁରା ବିଫଳ ହୋଇଛି । ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମେଳାମାନ ଆୟୋଜନ କରାଯାଉଛି । ସେହି ନିଯୁକ୍ତି ମେଳାରେ ବିଭିନ୍ନ ସମୟରେ ଜାଲ୍ ନିଯୁକ୍ତି ପତ୍ର ଦିଆଯାଉଥିବାର ଅଭିଯୋଗ ଆସୁଛି । ନିଯୁକ୍ତି ମେଳା ନାଁରେ ଶାସକ ବିଜେଡିୁ ଦଳର ବିଧାୟକ ଏବଂ ନେତାମାନେ ଚାନ୍ଦା ଆଦାୟ କରୁଛନ୍ତି । ବିଧାନସଭାରେ ସରକାର ମାନିଛନ୍ତି କି ନିଯୁକ୍ତିମେଳାରେ ଏବେ ସୁଦ୍ଧା ୧, ୧୫,୬୯୮ ଜଣଙ୍କୁ ନିଯୁକ୍ତି ମିଳିଛି । ନିଯୁକ୍ତି ମେଳାରେ ମିଳୁଥିବା ନିଯୁକ୍ତି ସବୁ କମ୍ ଦରମା ଓ ଅଧିକାଂଶ ରାଜ୍ୟ ବାହାରେ ହୋଇଥିବାରୁ ଓଡିଶା ପିଲାମାନେ ଏହା ଦ୍ୱାରା ଲାଭବାନ ହେଉନାହାନ୍ତି ।
୨୦୦୯ରେ ହୋଇଥିବା ରାଜ୍ୟ ଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ଅଣକୁଶଳି ଓ ଅର୍ଦ୍ଧକୁଶଳି ଶ୍ରମିକମାନଙ୍କ କ୍ଷେତ୍ରରେ ୯୦% ସ୍ଥାନରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ । ସେହିପରି କୁଶଳି କ୍ଷେତ୍ରରେ ୬୦%, ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ । ହେଲେ ଏ ସରକାର ବଡ କାରଖାନା ଯାହା ବି ଅଛି ଏ ରାଜ୍ୟରେ ତାଙ୍କ ସହିତ ସଲାସୁତୁରା କରି ପିସି କାରବାର କରି ଅଣ ଓଡିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି । ଆମର ଲୁହା ପଥର, ଆମର କୋଇଲା, ଆମର ପାଣି ଯାଉଛି ହେଲେ ଅଣ ଓଡିଆ ପିଲା ନିଯୁକ୍ତି ପାଉଛନ୍ତି ବୋଲି ଶ୍ରୀ ତ୍ରୀପାଠି ଅଭିଯୋଗ କରିଛନ୍ତି ।
ସେହିପରି ସରକାର ମଧ୍ୟ ଯାହା ନିଯୁକ୍ତି ସରକାରୀ କ୍ଷେତ୍ରରେ ବିଭିନ୍ନ ସରକାରୀ ଅଫିସରେ ରହିବା କଥା ତାହା ଦେଉନାହାନ୍ତି । ରାଜ୍ୟର ୭୦ ଭାଗ ସରକାରୀ ପଦବୀ ଖାଲି । ରାଜ୍ୟରେ ଥିବା ସରକାରୀ କଲେଜରେ ଥିବା ସମୁଦାୟ ୨୩୦୬ଟି ଅଧ୍ୟାପକ ଅଧ୍ୟାପିକ ପଦବୀରୁ ୧୨୬୭ଟି ପଦବୀ ଖାଲି ପଡିଛି । ସରକାର ସରକାରୀ ଶିକ୍ଷକ ପଦବୀବି ପୁରଣ କରୁନାହାନ୍ତି । ଅନେକ ଉଚ୍ଚ ଡିଗ୍ରୀଧାରି ଯୁବକ ଯୁବତୀ ଆଜି ନିଯୁକ୍ତି ନପାଇ ବେକାର ହୋଇ ବସିଥିଲାବେଳେ ସରକାର ନିଯୁକ୍ତି ଦେଉନାହାନ୍ତି । ସେହିପରି ସରକାରୀ ଏଡେଡ
କଲେଜମାନଙ୍କରେ ବି ସ୍ଥିତି ଅତି ସଙ୍ଗୀନ । ସମୁଦାୟ ୬୩୬୪ଟି ଅଧ୍ୟାପିକା ଅଧ୍ୟାପକ ପଦବୀରୁ ୧୮୨୪ ଖାଲି । ରାଜ୍ୟର ଅଧା ଡାକ୍ତର ପଦବି ଖାଲି ରହିଛି । ୬୫୩୬ ମଜୁଂରି ପଦବୀରୁ ୩୧୩୩ଟି ପଦବୀ ଖାଲି ପଡିଛି । କେବଳ ଏହି ଦୁଇଟି ବିଭାଗର ନୁହେଁ ବରଂ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଆଜି ସମାନ ସ୍ଥିତି ରହିଛି ବୋଲି ଶ୍ରୀ ତ୍ରୀପାଠି ଅଭିଯୋଗ କରିଛନ୍ତି ।
ନୂଆ ଶିଳ୍ପ ପ୍ରତିଷ୍ଠା ଏବଂ ନୁଆ ବ୍ୟବସାୟ ସ୍ଥାପନା କରିବା ପାଇଁ ଓଡିଶା ଘରୋଇ କମ୍ପାନୀ ମାନଙ୍କର ଆସ୍ଥା ଭାଜନ ହୋଇପାରୁନାହିଁ । ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର୍ୟାଙ୍କରେ କ୍ରମାଗତ ଭାବେ ଖସୁଛି ଓଡିଶା । ୨୦୧୫ରେ ଦେଶରେ ୭ମ ସ୍ଥାନରେ ଥିବା ବେଳେ ୨୦୧୬ରେ ଏହା ଖସି ୧୧ତମ ସ୍ଥାନକୁ ଆସିଥିବାବେଳେ ୨୦୧୭ରେ ଏହା ଆହୁରି ଖସି ୧୪ତମ ସ୍ଥାନକୁ ଖସିଥିଲା । ରାଜ୍ୟରେ ୧୦୬ ଗୋଟି ଶିଳ୍ପାଂଚଳରେ ୪୮୭୭ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଥିବା ବେଳେ ଏଥିରୁ ୩୦୬୭ଟି ରୁଗ୍ଣ ହୋଇଛି । ରାଜ୍ୟରେ ପଂଜୀକୃତ ୧୫, ୩୧୫ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୧୦୬୧ ଏହିପରି ଶିଳ୍ପ ବନ୍ଦ ହୋଇ ଯାଇଥିବା ସରକାର ସ୍ୱୀକାର କରିଛନ୍ତି । ଯେଉଁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସମ୍ପୂର୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛି ସେ ରାଜ୍ୟର ଯୁବ ଶକ୍ତିକୁ କର୍ମ ସଂସ୍ଥାନ କିପରି ମିଳିବ ବୋଲି ଶ୍ରୀ ତ୍ରୀପାଠି ପ୍ରଶ୍ନ କରିଛନ୍ତି ।
ଓଡିଆ ଯୁବକଙ୍କୁ ନିଯୁକ୍ତି ନମିଳିବା ପ୍ରତିବାଦରେ ଆସନ୍ତା ୨୦ ତାରିଖ ଦିନ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାଠାରେ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ହେବା, ଶିକ୍ଷିତଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା, ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ନହେବା, ରାଜ୍ୟରେ ଥିବା ଘରୋଇ କଂପାନୀମାନଙ୍କରେ ଓଡିଆ ଯୁବକମାନଙ୍କୁ ନିଯୁକ୍ତି ନମିଳିବା, ନିଯୁକ୍ତି ମେଳା ନାଁରେ ଶାସକ ଦଳର ନେତା ଚାନ୍ଦା ଆଦାୟ କରିବା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସରକାରଙ୍କୁ ଲକ୍ଷ ଲକ୍ଷ ଓଡିଆ ଯୁବକ ଯୁବତୀ ପ୍ରଶ୍ନ ପଚାରିବେ । ରାଜ୍ୟରେ ବେକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ଲଢେଇ ଜାରି ରହିବ ବୋଲି ଶ୍ରୀ ତ୍ରୀପାଠି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ କଂଗ୍ରେସର ବିକ୍ଷୋଭ ପ୍ରସଙ୍ଗରେ ଶ୍ରୀ ତ୍ରୀପାଠି କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଉଭୟ କେନ୍ଦ୍ର ଏବଂ ରାଜ୍ୟରେ କଂଗ୍ରେସ ଦଳ କ୍ଷମତାରେ ରହି ବେରୋଜଗାର ସମସ୍ୟାର ସମାଧାନ ପାଇଁ କୌଣସି କାର୍ଯ୍ୟ କରିନାହାଁନ୍ତି । ୨୦୧୯ ପୂର୍ବରୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରହି ଓଡିଆ ଯୁବକଙ୍କ ନ୍ୟାର୍ଯ୍ୟ ହକ୍ ପାଇଁ ଲଢେଇ କରିନାହିଁ । ବରଂ ଶାସକ ବିଜେଡି ସହ ସାଲିସ କରି ଯୁବକଙ୍କ ଦାବୀକୁ ଅଣଦେଖା କରିଛି । କଂଗ୍ରେସ କେବେ ବି ବିଧାନସଭା ଭିତରେ କିମ୍ବା ବାହାରେ ଶିକ୍ଷିତ ଯୁବକ ଯୁବତୀଙ୍କ ସମସ୍ୟା ସଂପର୍କରେ ସ୍ୱର ଉଠାଇ ନାହିଁ । ବେକାରୀ ସମସ୍ୟା ଦୂରୀକରଣ ଓ ଯୁବକଙ୍କ ସ୍ୱାର୍ଥ ପାଇଁ କେବେ ହେଲେ ପ୍ରତିବାଦ କରିନଥିବା କଂଗ୍ରେସ ଆଜି ବିକ୍ଷୋଭ କରିବାର କୌଣସି ନୈତିକତା ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱରଂଜନ ବଡଜେନା, କାମାକ୍ଷା ପ୍ରଧାନ ଏବଂ ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।