Odisha news

ପ୍ରଥମଥର ପାଇଁ ପେପରଲେସ୍‌ ବଜେଟ ଉପସ୍ଥାପନ

0

ଭୁବନେଶ୍ୱର, ୧୮ା୨: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରଥମଥର ପାଇଁ ପେପରଲେସ୍‌ ବଜେଟ ଉପସ୍ଥାପନ କରାଯାଇଛି । ବଜେଟର ସମସ୍ତ ରୂପରେଖ ଜାଣିବା ପାଇଁ ବିଧାୟକ ମାନଙ୍କୁ ଆଇପ୍ୟାଡ ଯୋଗାଇ ଦିଆଯାଇଛି । ବଜେଟରେ ମୋଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ରହିଛି । ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩ ହଜର ୨ ଶହ କୋଟି ଓ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ୍ନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି ବ୍ୟୟ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶା ସର୍ବାଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି । ବିପର୍ଯ୍ୟୟ ମୁକାବିଲାରେ ମଡେଲ ରାଜ୍ୟ ପାଲଟିଛି ଓଡ଼ିଶା । ୫ ଥର କୃଷି କର୍ମଣ ପୁରସ୍କାର ପାଇ କୃଷିରେ ପରାକାଷ୍ଠା ଦେଖାଇଛି । ରାଜ୍ୟ ବଜେଟ ନିଅଣ୍ଟରୁ ବଜେଟ ବଳକା ରାଜ୍ୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ଓ ମୋ ସରକାର ମନ୍ତ୍ର ଆମକୁ ପ୍ରେରଣା ଦେଇଛି । ଇ- ବଜେଟ ପ୍ରସ୍ତୁତ କରି ବଜେଟ ମୁଦ୍ରଣ ଖର୍ଚ୍ଚ ହ ୍ରାସ କରିଛୁ । ଇ-ବଜେଟ ଦ୍ୱାରା କାଗଜ ଏବଂ ବୃକ୍ଷ ସଂରକ୍ଷଣ କରିପାରିଛୁ । ଇ-ବଜେଟ ପ୍ରସ୍ତୁତିରେ ଓଡ଼ିଶା ଦେଶରେ ଦ୍ୱିତୀୟ ରାଜ୍ୟ ହୋଇଛି ।

Leave A Reply