Odisha news

ଭଦ୍ରକ ଉପଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗ କାଟ୍ ୩୬ଲକ୍ଷ ଟଙ୍କା ବକେୟା ଆଦାୟ, ୩୨୧ ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟ୍

0

ଭଦ୍ରକ:ବକେୟା ବିଦ୍ୟୁତ ଦେୟ ଆଦାୟ ପାଇଁ ରବିବାର ଠାରୁ ଭଦ୍ରକ ନେସ୍କୋର ୨ଟି ଡିଭିଜନ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି । ବକେୟା ଦେୟ ଆଦାୟ ପାଇଁ ଚରମ ପଦକ୍ଷେପ ସ୍ୱରୂପ ନେସ୍କୋ ନର୍ଥ ଡିଭିଜନ ପକ୍ଷରୁ ୧୪ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ସାଉଥ ଡିଭିଜନ ପକ୍ଷରୁ ୫ଟି ସ୍କ୍ୱାର୍ଡ ଗଠନ ହୋଇଛି ।

ଏହି ସ୍କ୍ୱାର୍ଡ ଗୁଡିକ ଗତକାଲି ଠାରୁ ଉଭୟ ସହରାଚଂଳ ଓ ଗ୍ରାମାଚଂଳର ଦୀର୍ଘଦିନ ହେଲା ବିଦ୍ୟୁତ ଦେୟ ପୈଠ କରୁନଥିବା ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ଛିନ୍ନ କରିବା ସହ ବକେୟା ଅର୍ଥ ଆଦାୟ କରୁଛନ୍ତି । ବକେୟା ଦେୟ ବାବଦକୁ ୨ଟି ଡିଭିଜନ ଦୁଇଦିନରେ ମୋଟ ୩୬ଲକ୍ଷ ଟଙ୍କା ବକେୟା ଆଦାୟ କରିଛି । କଠୋର ପଦକ୍ଷେପ ସ୍ୱରୂପ ନେସ୍କୋ ପକ୍ଷରୁ ବକେୟା ରଖିଥିବା ପାଖାପାଖି ୩୨୧ଜଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ଛିନ୍ନ କରାଯାଇଛି ।

ନର୍ଥ ଡିଭିଜନ ୨୦୫ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ଛିନ୍ନ କରିଥିବା ବେଳେ ସାଉଥ ଡିଭିଜନ ୧୧୬ଜଣଙ୍କ ଛିନ୍ନ କରିଛି । ନର୍ଥ ଡିଭିଜନ ବକେୟା ଦେୟ ୨୫ଳକ୍ଷ ଟଙ୍କା ଆଦାୟ କରିଥିବା ବେଳେ ସାଉଥ ଡିଭିଜନ ୧୧ଲକ୍ଷ ଟଙ୍କା ଆଦାୟ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁରୁଣା ସବକଲେକ୍ଟରଙ୍କ କାର୍ଯ୍ୟାଳୟ ଦୀର୍ଘଦିନରୁ ବିଜୁଳି ଦେୟ ଦେଉନଥିବାରୁ ନେସ୍କୋ ଆଜି ଏହି କାର୍ଯ୍ୟାଳୟର ବିଜୁଳି ସଂଯୋଗ କାଟି ଦେଇଛି । ଫଳରେ ଜିଲ୍ଳା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଜିଲ୍ଳା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ରେକର୍ଡ ରୁମ୍ ପ୍ରମୁଖ ଆଜି ଅନ୍ଧାରରେ ରହିଛି ।

Leave A Reply