Odisha news

କୋର୍ଟ ରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ

0

ଦାନଗଦି:ବହୁ ଚର୍ଚିତ ଆଦିବାସୀ ଯୁବତୀ ପାଲ ଜାରିକା ଦୁଶକର୍ମ ଓ ହତ୍ୟା ଘଟଣାରେ କଳିଙ୍ଗନଗର ପୋଲିସ ପୂର୍ବ ରୁ କଳିଙ୍ଗନଗର ଥାନା ହାତିମୁଣ୍ଡା ଗାଁର କୁଞବିହାରୀ ହେମ୍ବ୍ରମଙ୍କ ପୁଅ କୁନୁ ହେମ୍ରମ(ଛଦ୍ମ ନାମ)(୧୬) ଓ ଜାମ୍ବିରା ସିଧୁଙ୍କ ପୁଅ ରବି(୨୪) ଦୁଇ ଜଣ ସହଯୋଗିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ବେଳେ ସୋମବାର ମୁଖ୍ୟ ଅଭିଯୁକ୍ତ ହାତିମୁଣ୍ଡା ଗ୍ରାମ ର ଘନ ହେମ୍ରମ(୨୪)ଯାଜପୁର ଜେଏମଏଫସି କେର୍ଟ ରେ ଅତ୍ମସମର୍ପଣ କରିଥିବା ପୋଲିସ ସୁତ୍ର ରୁ ସୁଚନା ମିଳିଛି । ।

ଘଟଣାରୁ ପ୍ରକାଶ ଯେ ଗତ ମାସ ୧୫ ତାରୀଖରେ ସୁକିନ୍ଦାଥାନା ପଣସପାଳ ଗାଁର ମଙ୍ଗଳ ଜାରିକାଙ୍କ ଝିଅ ପାଲ ଜାରିକା ଟୁସୁ ପର୍ବ ଦେଖିବାକୁ ଝୁମ୍ପାଣ ଗାଁକୁ ନିଜ ଭାଉଜଙ୍କ ସହିତ ଯାଇଥିବା ବେଳେ ରାତିରେ ଆଉ ଘରକୁ ଫେରି ନ ଥିଲା । ପରଦିନ ସକାଳେ ହାତିମୁଣ୍ଡା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ପାଲର ମୃତଦେହକୁ କଳିଙ୍ଗନଗର ପୋଲିସ ପହଁଚି ଉଦ୍ଦାର କରିଥିଲା । ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ପରେ ପାଲର ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣିଥିଲେ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବେଲହୁଡି ଗାଁର ରମେଶ ବାଲମୁଛକୁ ପୋଲିସ ବେଲହୁଡି ଗାଁରୁ ଗିରଫ କରିବା ପରେ ଘଟଣାର ପର୍ଦାଫାସ କରିଥିଲା ।

ପାଲକୁ ୪/୫ ଜଣ ଯୁବକ ଉଠାଇ ନେଇ ହାତି ମୁଣ୍ଡା ଜଙ୍ଗଲ ମଧ୍ୟରେ ଗଣ ଦୁଶକର୍ମ କରିବା ପରେ ତାକୁ ହତ୍ୟା କରି ସ୍ଥାନ ଚାଡି ଚାଲିଯାଇଥିବା ପୋଲିସ ନିକଟରେ ପ୍ରକାଶ କରିଥିଲେ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିକରି ଶତାଧିକ ଆଦିବାସୀ ଯୁବକ ଓ ମହିଳା ମାନେ ଦୁଇ ଥର କଳିଙ୍ଗନଗର ଥାନା ଘେରାଉ ମଧ୍ୟ କରିଥିଲେ । ପୋଲିସ ଟମକା ଥାନା ଅଂଚଳରୁ ରବିକୁ ଗିରଫ କରିଥିବା ବେଳେ କୁନୁକୁ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁନଟୁର ଜିଲ୍ଲାରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଘନ ଘନ ଚଡଅଉ କରିଥିଲା । ଏହି ଚଢାଉ ଭୟ ରେ ମୁଖ୍ୟ ଅଭିଯୁକ୍ତ ଘନ ଭୟ ଭିତ ହୋଇ କୋର୍ଟ ରେ ଅତ୍ମମର୍ପନ କରିବାକୁ ବାଧ୍ୟ ହୋଇଥିଲା ।

Leave A Reply