Odisha news

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଂଡ ଲଖବିକୁ ପ୍ରତେକ ମାସରେ ମିଳିବ ଖର୍ଚ ପାଇଁ ୧.୫ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ : ଭାରତ ପାଇଁ ଚିନ୍ତାର ବିଷୟ ଏବେ ଦେଖା ଦେଇଛି କାରଣ ସଂଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧ ସମିତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଂଡଙ୍କ ମଧ୍ୟରୁ ମୁଖ୍ୟ ରହମାନ ଲଖବିକୁ ପ୍ରତେକ ମାସରେ ୧.୫ ଲକ୍ଷ ପାକିସ୍ତାନୀ ମୁଦ୍ରା ଜରୁରୀ ଖର୍ଚ ପାଇଁ ଦିଆଯିବାକୁ ଅନୁମତି ଦିଆ ଯାଇଛି l ଆତଙ୍କବାଦୀ ଭାବରେ ସୂଚିତ ହେବ ପରେ ଲଖବିର ସମସ୍ତ ସମ୍ପ୍ରତି ଓ ବ୍ୟାଙ୍କ ଖାତାକୁ ସିଜ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା l ମିଳିଥିବା ସୂତ୍ରରୁ ଜଣା ପଡିଛି ଯେ ପାକିସ୍ତାନ ସରକାର ତା ଖାତାରେ ମାସିକ ଭରଣା ପୋଷଣ ପାଇଁ ବିଚାର କରିବାକୁ ନେଇ ଅନୁରୋଧ କରିଥିଲେ

ଯେଉଁଥିରେ ଦର୍ଶା ଯାଇଥିଲା ଖାଇବା ବାବଦରେ ୫୦ ହଜାର ଟଙ୍କା ,ଔଷଧ ପାଇଁ ୪୫ ହଜାର ଟଙ୍କା ,ଓକିଲ ବାବଦରେ ୨୦ ହଜାର ଟଙ୍କା ଯିବାଆସିବା କରିବା ପାଇଁ ୧୫ ହଜାର ଟଙ୍କା ଓ ପବ୍ଲିକ ୟୁଟିଲିଟୀ ପାଇଁ ୨୦ ହଜାର ଟଙ୍କା ବହନ କରିବା ପାଇଁ ଅନୁରୋଧ କରାଯାଇଥିଲା l ପାକିସ୍ତାନ ସରକାର ହିଁ ଅନୁରୋଧକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୨୬୭ ଅଲକାଇଦା ପ୍ରତିବନ୍ଧ ସମିତି ଦ୍ୱାରା ସହମତି ଦିଆଯାଇଛି ଏହି ଖର୍ଚ ପାକିସ୍ତାନ ସରକାରଙ୍କରେ ପକ୍ଷରୁ ଦିଆଯିବ l ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଲଖବି ଓ ପାକିସ୍ତାନୀ ପରମାଣୁ ଇଞ୍ଜିନିୟର ମେହେମୁଦ ସୁଲତାନ ଏଇ ଦୁଇଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ l ମେହେମୁଦ ସୁଲତାନ ବର୍ତମାନ ପାକିସ୍ତନରେ ସ୍ୱତନ୍ତ୍ର ଭାବରେ ରହୁଛନ୍ତି ଅବା ଲଖବିଙ୍କୁ ଜାମିନରେ ଛାଡ ଯାଇଛି l

ପୂର୍ବରୁ ସୂଚନା ମିଳିଥିଲା ଯେ ପାକିସ୍ତାନ ଜେଲରେ ଦଣ୍ଡ ଭୋଗୁଥିଲ ବେଳେ ମଧ୍ୟ ତାଙ୍କୁ ସମସ୍ତ ପ୍ରକାର ସୁବିଧ ମିଳିଥିଲା ଏବଂ ଲଖବି ୨୦୧୫ ରେ ଜାମିନରେ ବାହାରିଥିଲା l ସଂଯୁକ୍ତ ରାଷ୍ଟ୍ରର ଜଣେ ଅଧିକାରୀ କହିଛନ୍ତି ,ସଂଯୁକ୍ତ ରାଷ୍ଟ୍ର ନିୟମ ଅନୁସାରେ ଏହି ପ୍ରକାରର ଅନୁରୋଧ ଉପରେ ସେତେବେଳ ପର୍ଯ୍ୟନ୍ତ ଅନୁମତି ଦିଅ ଯାଏ ଯେତେବେଳେ ସମସ୍ତ ୧୫ ଟି ସଦସ୍ୟଙ୍କ ମଧ୍ୟରୁ କେହିବି ଜଣେ ଅପତୀ ନକରନ୍ତି l ଗୋଟିଏ ପ୍ରକ୍ରିୟା ଅନୁସାରେ ଏହି ୧୫ ଜଣ ସଦସ୍ୟ ଆସନ୍ତା ତିନିଦିନ ମଧ୍ୟରେ ଯଦି କୌଣସି ଅପତୀ ଶୁଣନ୍ତି ନାହିଁ ତେବେ ଅନୁମତି ମିଳିଯାଇଥାଏ l ଏହା ପ୍ରଥମଥର ପାଇଁ ହୋଇ ନାହିଁ ଯାହା ସଂଯୁକ୍ତ ରାଷ୍ଟ୍ରରେ ପ୍ରଥମଥର ପାଇଁ ଘଟିଛି l

Nalco
Leave A Reply