Odisha news

ଶଶୁର ହେଵତ ଏମିତି : ବୋହୂର ଖୁସି ପାଇଁ ପାଞ୍ଚଲକ୍ଷ ଖର୍ଚ କରିଦେଲେ

0

ନୂଆଦିଲ୍ଲୀ : ରାଜସ୍ଥାନର ଭରତ ପୁରର ଗୋଟିଏ ବୋହୂର ବିଦା ହେବାକୁ ନେଇ ଚର୍ଚାର ବିଷୟ ସେଠାରେ ଗରମ ଧରିଛି l ବୋଧହୁଏ ଏହି ଗାଁ ଟିର ଲୋକମାନଙ୍କ ପାଇଁ ଏହା ପ୍ରଥମ ମଉକା ଥିଲା ଯେତେବେଳେ ନିଜ ଗାଁର ଝିଅକୁ ହେଲିକାପ୍ଟରରେ ବିଦା ହୋଇ ଶଶୁର ଘର ଯିବା ଦେଖିଲେ l ଏହା ମଧ୍ୟ ଭରତପୁରର ଗ୍ରାମ ଛତରପୁରର ଲୋକ ମାନଙ୍କ ପାଇଁ ଜୀବନରେ ହେଲିକାପ୍ଟର ଦେଖିବା ପ୍ରଥମ ଥର ଥିଲା l ଝିଅଟିର ବିଦା ହେବାର ଇଛାକୁ ତାର ଶଶୁର ପାଞ୍ଚଲକ୍ଷ ଟଙ୍କା ଖର୍ଚ କରି ହେଲିକାପ୍ଟର ଭଡାରେ ଆଣି ପୂରଣ କରିଛନ୍ତି l

ଝିଅଟିର ଶଶୁର ପେସାରେ ଗୋଟିଏ କଣ୍ଟ୍ରାକ୍ଟର ଅଟନ୍ତି l ତାଙ୍କ ପୁଅର ବିବାହ ସେ ଛାତରପୁରରେ ରହୁଥିବା ଝିଅଟି ସହିତ ସ୍ଥିର କରିଥିଲେ l ବୁଧବାର ଦିନ ବିବାହ କାର୍ଯ୍ୟ ସରିବା ପରେ ଗୁରୁବାର ଦିନ ଝିଅଟିକୁ ବିଦା କରିବାର ସମୟ ଆସିଥିଲା l ଝିଅଟି ଇଛା କରିଥିଲା ଯେ ତାର ବିଦାହେବା ସମୟରେ ସେ ହେଲିକାପ୍ଟରେ ବିଦା ହେବ l ବୋହୂର ଏହି ଇଛା ବିଷୟରେ ଯେତେବେଳେ ଶଶୁର ଜାଣିଲେ ସେତେବେଳେ ସେ ବୋହୂକୁ ସପ୍ରାଇଜ ଦେବାପାଇଁ ଉପାୟ କଲେ l ବିଦା ହେବାର ସମସ୍ତ ପରମ୍ପରା ଚାଲିଥାଏ ସେହି ସମୟରେ ଛତରପୁରର ଆକାଶରେ ଗୋଟିଏ ହେଲିକାପ୍ଟର ଉଡ଼ୁଥିବାର ଦେଖା ଯାଇଥିଲା l

ଗାଁ ରେ ଗୋଟିଏ ସ୍ଥାନରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ଼ ଉପରେ ଯେତେବେଳେ ହେଲିକାପ୍ଟରଟି ଓଲ୍ହାଇଲା ସେତେବେଳେ ଗ ଲୋକମାନଙ୍କର ଭିଡ ଜମିଯାଇଥିଲା l ବୋହୂଟି ଶଶୁରଙ୍କର ଏହି ଉପହାର ବିଷୟରେ ଯେତେବେଳେ ଜାଣିଲା ଅନେକ ଖୁସି ହୋଇଥିଲା l ହେଲିକାପ୍ଟରକୁ ଦେଖିବା ପାଇଁ ଗାଁ ଲୋକମାନେ ଉତ୍ସାହିତ ହୋଇ ଜଗି ରହିଥିଲେ l ବିବାର ସମସ୍ତ ନୀତି ସମ୍ପୂର୍ଣ ହେବl ପରେ ବର କନିଆକୁ ନେଇ ହେଲିକାପ୍ଟର ଯୋଗେ ନିଜ ଗ୍ରାମକୁ ଚାଲିଯାଇଥିଲା l ବରଟିର ଗ୍ରାମରେ ମଧ୍ୟ ହେଲିକାପ୍ଟରେ ବୋହୁ ଆସୁଥିବାର ଦେଖିବା ପାଇଁ ଭିଡ ଜମିଥିଲା l ବୋହୂର ଗାଁ ଲୋକ କହିଛନ୍ତି ଶଶୁର ହେବାଟା ଏମିତି ,ବୋହୂର ଇଛାକୁ ପୁରାଣ କରିବା ପାଇଁ ପାଞ୍ଚଲକ୍ଷ ଖର୍ଚ କରିଦେଲେ l

Nalco
Leave A Reply