ନୂଆଦିଲ୍ଲୀ :ନାସା ପକ୍ଷରୁ ମହତ୍ୱ ଆକାଂକ୍ଷୀ ଚନ୍ଦ୍ର ଅଭିଯାନ ପାଇଁ ଚୟନ ପ୍ରକ୍ରିୟା ଶେଷ ହୋଇ ୧୮ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କର ନାମ ଘୋଷଣା କରାଯାଇଛି l ଏମାନଙ୍କ ମଧ୍ୟରୁ ଭାରତୀୟ ମୂଳ ଆମେରିକା ନାଗରିକ ରାଜା ,ଜନ୍ ,ବୁରପୁତୁର ଚାରି ଙ୍କ ନାମ ମଧ୍ୟ ସାମିଲ ରହିଛି l ନାସା ଏହି ଅଭିଯାନଟିର ନାମ ଆର୍ଟମିଶ ଦେଇଛି l ୧୯୯୭ ରେ କଳ୍ପନା ଚାଓଲା ଓ ୨୦୦୬ ରେ ସୁନିତା ବିଲିୟମ ଙ୍କ ପରେ ଚାରି ଅନ୍ତରୀକ୍ଷକୁ ଯିବା ତୃତୀୟ ଭାରତୀୟ ଆମେରିକୀୟ ଅଟନ୍ତି l ୨୦୧୭ ରେ ଯେତେବେଳେ ନାସା ନିଜର ଅଭିଯାନ ଘୋଷଣା କରିଥିଲା ସେତେବେଳେ ୧୮ ହଜାର ଆବେଦକଙ୍କୁ ବଛା ଯାଇଥିଲା l ଚାରିଙ୍କ ପରିବାର ଭାରତର ତେଲେଙ୍ଗାନା ରାଜ୍ୟର ଅଟନ୍ତି l ୧୯୫୦ ରେ ତାଙ୍କ ପିତା ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଆମେରିକା ଯାଇଥିଲେ ଓ ସେଠାରେ ପେଗି ଏଗବର୍ଟଙ୍କୁ ବିବାହ କରିଥିଲେ ଓ ରାଜା ଚାରି ତାଙ୍କର ପୁତ୍ର ଅଟନ୍ତି l
୪୩ ବର୍ଷୀୟ ଚାରି ଆମେରିକା ଏୟାର ଫୋର୍ସରେ କର୍ଣ୍ଣଲ ଥିଲେ l ତାଙ୍କର ଆମେରିକା ବାୟୁ ସେନାରେ ଦୁଇ ହଜାର ଘଣ୍ଟା ପର୍ଯ୍ୟନ୍ତ ବିମାନ ଉଡ଼ାଇବାର ଅନୁଭବ ରହିଛି l ସେ ନିଜ ଟ୍ୱିଟର ଆକାଉଣ୍ଡରେ ଲେଖିଛନ୍ତି ଯେ ” ମାନବକୁ ଚନ୍ଦ୍ର ପୃଷ୍ଠକୁ ଯିବାକୁ ଥିବା ଗୋଟିଏ ବଡ ଦଳର ଛୋଟ ଅଂଶ ହୋଇଥିବା କାରଣରୁ ନିଜପାଇଁ ମୁଁ ଗର୍ବିତ l “ନାସା ଏହି ମିସନଟିର ନାମ ଆର୍ଟମିଶ ମୁନ ମିଶନ ରଖିଛି ଯାହା ୨୦୨୪ ରେ ଚନ୍ଦ୍ର ପୃଷ୍ଠରେ ଓଲ୍ହାଇବ l ଏହି ମିଶନ ପାଇଁ ୯ ଜଣ ମହିଳା ଅନ୍ତରୀକ୍ଷ ଯାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି l