କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ତରଫରୁୁ ଏକ ୧୦ ଦଫା ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଅନୁଯାଇ ଜିଲ୍ଲାରେ ମୋଟ ୧ ଲକ୍ଷ୍ୟ ୨୪ ହଜାର ନିର୍ମାଣ ଶ୍ରମିକ ମଧଯୟରୁ ୯୫ ହଜାର ୪୩୧ ଜଣଙ୍କୁ ୧୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।
ଅବଶିଷ୍ଟ ମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ, ତ୍ରୃଟି ପୂର୍ଣ୍ଣ କାର୍ଡ ପାଇଥିବା ଶ୍ରମିକ ମାନଙ୍କୁ ସଂଶୋଧିତ କାର୍ଡ ପ୍ରଦାନ, ଶ୍ରମିକ ମାନଙ୍କୁ ଟୁଲସ୍ ଓ ସାଇକେଲ ସହାୟତା ପ୍ରଦାନ, ୨୦୧୮-୧୯ ଶିକ୍ଷା ବର୍ଷର ସହାୟତା ୧୫୦୦ ଜଣଙ୍କର ବାକି ଥିବା ବେଳେ ୨୦୧୯-୨୦ ଶିକ୍ଷା ବର୍ଷର ଆଦୈା ପ୍ରଦାନ କରାଯାଇ ନଥିବା ରାଶି ତୁରନ୍ତ ପ୍ରଦାନ କରିବା, ଜିଲ୍ଲାରେ କାର୍ଯ୍ୟରତ ଏବଂ ମୃତ ୩୦୦୦ ଶ୍ରମିକଙ୍କର ବ୍ୟାଟଲେଗ ଏଣ୍ଟ୍ରି କରିବା, ୨-୩ ବର୍ଷର ପଡି ରହିଥିବା ମୃତୁ୍ୟ କାଳୀନ ସହାୟତା ପ୍ରଦାନ କରିବା ଏହାଛଡା ବିଭିନ୍ନ ସ୍ଥାନରେ ଶ୍ରମିକ ମାନଙ୍କ ଉପରେ ହେଉଥିବା ଅକ୍ରମଣକୁ ତୁରନ୍ତ ବନ୍ଦ କରାଇବା, ଗୁଜୁରାଟ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ହରିୟାନା ଓ ତ୍ରିପୁରା ରାଜ୍ୟ ସରକାର ମାନେ ଫ୍ୟାକଟ୍ରି ଆଇନ କୁ ଅବମାନନା କରି ୮ ଘଣ୍ଟା ପରିବର୍ତେ ୧୨ ଘଣ୍ଟା କାମ କରାଇବା, ଏହି ବେଆଇନ ଅଡିନାନ୍ସ ବିରୋଧରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନେ ଦିଲ୍ଲୀର ରାଜଘାଟ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ସମାଧି ପୀଠରେ ଅମରଣ ଅନଶନ କରିବାକଲୁ ନିଷ୍ପତି ନେଇଛନ୍ତି ।
ଏଆଇଟିୟୁସି ର ବାବାଜୀ ଧଳ ଙ୍କ ନେତୃତ୍ୱରେ ମୁକ୍ତାର ଖାଁ, କୃଷ୍ଣ ଚନ୍ଦ୍ର ରାଉତ, ଜଗତ ଜୀବନ ଦାସ, ବସନ୍ତ ମଳିକ, ପ୍ରଜ୍ଞାଦୀପ ସାମଲ, ପ୍ରଶାନ୍ତ କୁମାର ତ୍ରୀପାଠି ପ୍ରଭୃତି ସିଟୁ, ଏଚଏମଏସ, ଆଇଏନ ଟିୟୁ ସି, ଏଆଇ ଟିୟୁ ସି, ଏଆଇ ସିସି ଟିୟୁ ପ୍ରମୁଖ ପ୍ରଭୃତି ସଂଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।