Odisha news

ଚଣ୍ଡିଖୋଲରୁ କେନ୍ଦ୍ରାପଡା ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ

0

କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଗୋପାଳପୁର ଅଂଚଳର ପାଇପ ମିସ୍ତ୍ରୀ ମାନେ ଦୀର୍ଘଦିନ ହେବ କର୍ଣ୍ଣାଟକର ବାଙ୍ଗାଲୁରୁ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିଲେ । ଲକ ଡାଉନ କଟକଣା ଲାଗୁ ହେବା ସହ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ପରେ ମହାକାଳପଡାର ଏହି ଶ୍ରମିକ ମାନେ ଭଦ୍ରକ ଯାଉଥିବା ଏକ ବସରେ ବାଙ୍ଗାଲୁରୁ ଆସିବା ପରେ ଏମାନଙ୍କୁ ଚଣ୍ଡିଖୋଲ ରେ ବସ ଓହ୍ଲାଇ ଦେଇଥିଲା । ତେବେ ସେଠାରୁ କୈାଣସି ସୁବିଧା ନପାଇ ଏହି ୧୩ ଜଣ ଶ୍ରମିକ ଚାଲିଚାଲି କେନ୍ଦ୍ରାପଡାରେ ଆସି ପହଁଚି ଥିବା ଜଣା ପଡିଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ପହଁଚିବା ପରେ ଏମାନଙ୍କୁ ନିଜ ଅଂଚଳର ସଂଗରୋଧ ଶିବିର କୁ ପହଁଚାଇ ଥିବା ଜଣା ପଡିଛି ।

Leave A Reply