Odisha news

ଘର ଉପରେ ଉପୁଡି ପଡିଲା ଗଛ, ଅଳ୍ପକେ ବର୍ତିଲେ ପରିବାର

0

କେନ୍ଦ୍ରାପଡା-:  ମହାବାତ୍ୟା ଅମ୍ପାନ କେନ୍ଦ୍ରାପଡା ଜିଲ୍ଲାକୁ ବ୍ୟାପକ ଭାବେ ପ୍ରଭାବିତ କରିଛି । ବାତ୍ୟା ପ୍ରଭାବରେ ଏକ ଅଭାବୀ ପରିବାର ର ଘର ଉପରେ ଚାଖୁଣ୍ଡା ଓ ନଡିଆ ଗଛ ଉପୁଡି ପଡିବା ସହ  ବିଦୁ୍ୟତ୍ ଖୁଣ୍ଟ ମଧ୍ୟ ଉପୁଡି ପଡିଥିଲା । ତେବେ ଆକସ୍ମିକ ଭାବେ ପରିବାର ର ସମସ୍ତ ଲୋକ ସୁରକ୍ଷିତ ଥିବା ଜଣାପଡିଛି ।

କେନ୍ଦ୍ରାପଡା ଜିଲ୍ଲା ପିଙ୍ଗଳ ଗ୍ରାମର ହରେକୃଷ୍ଣ ସାମଲଙ୍କ ପରିବାର ନିଜ ଚାଳଘରେ ରହିଥିବା ବେଳେ ବାତ୍ୟାର ପ୍ରଭାବ ବଢିଥିଲା । ପବନର ବେଗ ଅଧିକ ହେବାରୁ ଅଶଙ୍କା ରେ ହରେକୃଷ୍ଣ ସାମଲଙ୍କ ପରିବାର ଅନ୍ୟତ୍ର ଆଶ୍ରୟ ନେଇଥିଲେ । ତେବେ ବାତ୍ୟାର ବେଗ ଅଧିକ ହେବା ସହ ତାଙ୍କ ଘର ନିକଟରେ ଥିବା ଚାଖୁଣ୍ଡା ଓ ନଡିଆ ଗଛ ଓ ବିଦୁ୍ୟତ୍ ଖୁଣ୍ଟ ପଡିଥିଲା । ତୁରନ୍ତ ଏହି ବିପନ୍ନ ପରିବାରଙ୍କୁ ପକ୍କାଘର ଯୋଗାଇ ଦେବା ସହ ଘର ଉପରୁ ଗଛ ହଟାଇବା ପାଇଁ ପ୍ରଶାସନ ଉଦ୍ୟମ କରୁବୋଲି ସ୍ଥାନୀୟ ଅଂଚଳରେ ଦାବି ହୋଇଛି ।

Leave A Reply