କୁଜଙ୍ଗ : ସାହିତ୍ୟ ସମାଜର ହିତପାଇଁ ଉଦ୍ଧିଷ୍ଟ । ମ୍ବେଦନଶିଳ ସମାଜ ପରିକଳ୍ପନାପାଇଁ ସାହିତ୍ୟ ବିନା ସୁନ୍ଦର ସମ୍ବେଦନଶିଳ ସମାଜ ଗଠନ କରାଯାଇପାରିବ ନାହିଁ । ସମାଜ ଯେତେ ମାଟି ମନସ୍କ ହୋଇପାରିବ ସମାଜ ସେତେ କ୍ରିୟାଶିଳ ହେବାସହିତ ବିବେକ ବୋଧ ଶାଣିତ ହୋଇପାରିବ ବୋଲି କୁଜଙ୍ଗଠାର ପ୍ରିୟବନ୍ଧୁ ପକ୍ଷରୁ ପୁସ୍ତକ ଉନ୍ନୋଚନରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ସନ୍ଧ୍ୟାବତି ପ୍ରଧାନ ମୁଖ୍ୟ ଅତିଥିାଭାବେ ଯୋଗଦେଇ କହିଛନ୍ତି । ନବିନ ପ୍ରଧାନଙ୍କ କବିତା ପୁସ୍ତକ କବିତା କୁଞ୍ଜ ଉନ୍ମୋଚନକରି ସେ କହିଲେ ଶିକ୍ଷକମାନେ ଶିଶୁକୁ ପଢିବାପାଇଁ ଯେଉଁ ସାହିତ୍ୟ ସର୍ଜନା କରନ୍ତି ସେ ଦିଗରୁ ନବିନ ବାବୁଙ୍କ କବିତା ପୁସ୍ତକକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । କୁଜଙ୍ଗ ସୂଚନା ଭବନଠାରେ ପ୍ରିୟବନ୍ଧୁ ଅଧ୍ୟକ୍ଷ ନାଟ୍ୟକାର ରଘୁନାଥ ସାହୁଙ୍କ ପୌରହିତରେ ଆୟୋଜିତ ଉତ୍ସବରେ ବିଶ୍ୱମୁକ୍ତିର ସମ୍ପାଦକ ଅଧ୍ୟାପକ ଶଂସାଙ୍କ ଶେଖର ଚୁଡାମଣି ଭାବନାରେ ସମୃଦ୍ଧ କରିବା କ୍ଷେତ୍ରରେ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଏକାଡେମି ପୁରଷ୍କାର ପ୍ରାପ୍ତ କବି ପିତାମ୍ବର ତରାଇ ଉକ୍ରଳ ସାହିତ୍ୟ ସମାଜର ସଭାପତି ଜୀବନାନନ୍ଦ ଅଧିକାରୀ ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ତମ୍ବକାର ସୌମ୍ୟଶ୍ରୀ ପାଣିଗ୍ରାହି, ପରଦା ସମ୍ପାଦକ ସରୋଜ ପଟ୍ଟନାୟକ, ଅଧ୍ୟାପକ ରମାକାନ୍ତ ନାୟକ ଉନ୍ମୋଚିତ ପୁସ୍ତକର ଭୂଇୟଶୀ ପ୍ରଶଂସା କରିଥିଲେ ।
ମଣିଷର ଦୁଃଖ, ନିଃଶଙ୍ଗତା, ବିଶାଦବୋଧ ଦୂରକରି ପ୍ରକୃତ ବନ୍ଧୁଭାବରେ ହୃଦୟ ସହିତ ସମ୍ପର୍କ ଯୋଡେବୋଲି ବକ୍ତାମାନେ କହିଥିଲେ । ପୁସ୍ତକ ରଚୟିତା ନବୀନ କୁମାର ପ୍ରଧାନ ନିଜ ବକ୍ତବ୍ୟରେ ପୁସ୍ତକ ସମ୍ପର୍କରେ ସ୍କୃତି ବଖାଣି ଥିଲେ । ପୂର୍ବାହ୍ନରେ ଆୟୋଜିତ କବିତା ପାଠୋତ୍ସବରେ ଡା. ଗଙ୍ଗାଧର ସାମନ୍ତରାୟ, ବାବୁରାମ ଚୌଧୁରୀ, ଅଧ୍ୟାପକ ପ୍ରତାପ ମହାପାତ୍ର, ଅନଙ୍ଗ ମହାପାତ୍ର, ନଗେନ୍ଦ୍ରନାଥ ସ୍ୱାଇଁ ଓ ପ୍ରହଲ୍ଲାଦ ଚନ୍ଦ୍ର ଖଟୁଆ ଅତିଥିଭାବେ ଯୋଗଦେଇଥିବା ବେଳେ ପ୍ରଭାତି ମାଝି ଓ କେଶବ ଦଳାଇଙ୍କ ସଂଯୋଜନାରେ ରୁନିବାଳା ମଲ୍ଲିକ, ଦିପ୍ତିରଂଜନ ଖଣ୍ଡୁଆଳ, ସୁରେସ ପ୍ରଧାନ, ମାନସୀ ସ୍ୱାଇଁ, ନିତମ୍ବିନୀ ସାମନ୍ତରାୟ, ମଧୁସ୍ମିତା ମହାନ୍ତି, ରଂଜିତ ଦାସ, ରାଣା ରାୟ, ନିହାରିବାଳା ବାରିକ, ରଂଜିତା ସାହୁ, ନିରୁପମା ପାଣି, ଜୟନ୍ତି ଦାସ, ସରୋଜିନୀ ମିଶ୍ର, ନିରଜଂନ ରାଉତ, ଗୌରହରି ବାରିକ, ଅଶୋକ ଲେଙ୍କା, ଶୁବାସ ସାମନ୍ତରାୟ, ମନସୁର ଅଲ୍ଲୀ, ସୁଜାତା ରାଉତ, ମିରାଙ୍ଗିନୀ ଦେଇ, ବିଜୟ ଖଟେଇ, ଜଇରାମ ସାହାଣୀ, ମନୋରମା ମହାନ୍ତି, ବରଦା ପ୍ରସାଦ ବଳିୟାର ସିଂ ପ୍ରମୁଖ କବିତା ପାଠ କରିଥିଲେ ।
ଜୀବନାନନନ୍ଦ ଅଧିକାରୀ
