ଜମନକିରା,୬/୧୦ ବିଗତ କିଛି ବର୍ଷ କରୋନା କଟକଣା ଯୋଗୁଁ ପୁଜା ବନ୍ଦ ରହିଥିବାବେଳେ ଚଳିତ ବର୍ଷ ବେଶ୍ ଉସ୍ୱାହ ଶହ ଦୁର୍ଗା ପୁଜା ସମ୍ପନ୍ନ ହୋଇଯାଇଛି। ଜମନକିରା ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଚଳିତ ବର୍ଷ ୯୨ ତମ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହୋସ୍ଵବ ପାଳନ ହୋଇଥିବାବେଳେ ଜମନକିରା ବ୍ଲକର ବିଭିନ୍ନ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମହିସମର୍ଧିନି ମା ଦୁର୍ଗାଙ୍କୁ ଦର୍ଶନ କରି ପାର୍ବଣର ମଜା ନେଇଥିଲେ। ମଙ୍ଗଳବାର ନବମୀ ପୂଜା ପୂର୍ଣ୍ଣାହୁତି ପଡି ସମ୍ପନ୍ନ ହୋଇଥିବାବେଳେ ବୁଧବାର ଦଶହରା ମେଳା ହୋଇ ଅପରାହ୍ନରେ ଖଡକଯାତ୍ରା ସହ ଗୁରୁବାର ରୀତିନୀତିରେ ମା ଦୁର୍ଗା ଙ୍କୁ ବିସର୍ଜନ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଯାନବାହନ ରେ ଭକ୍ତ ମା ଙ୍କ ଦର୍ଶନ ପାଇଁ ଆସିଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆହୋଜନ କରାଯାଇଥିଲା । ଚଳିତ ବର୍ଷ କର୍ତ୍ତା ଭାବରେ ହେମନ୍ତ ପଟେଲ ତାଙ୍କ ସହଧର୍ମିଣୀ ଙ୍କ ସହ ରହିଥିବାବେଳେ ପୂଜକ ଅଶୋକ ପାଣିଗ୍ରାହୀ ଓ ସହଯୋଗୀ ପୂଜାର୍ଚ୍ଚନା କରିଥିଲେ। ପୁଜା କମିଟି ସଭାପତି ସୁଭାଷ ସାହୁଙ୍କ ସହ କମିଟି କର୍ମକର୍ତ୍ତା ଅୟୋଜନରେ ସହଯୋଗ କରିଥିଲେ।
