କୁଆଖିଆ ୧୩/ ୬(ସ.ବ୍ୟୂ)ରସୁଲପୁର ବ୍ଲକ ଅନ୍ତର୍ଗତ ସାଇ ମନ୍ଦିର ପରିସରରେ ଯାତ୍ରା ସଂସ୍କୃତି ଉନ୍ନୟନ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅତିଥି ଭାବେ ଯାତ୍ରା ଜଗତର ଅଭିନେତା ଦୈତାରୀ ପଣ୍ଡା, ପପୁ ପଣ୍ଡା, ଅଧ୍ୟକ୍ଷ ନଗେନ୍ଦ୍ର କୁମାର ସତପଥି ଯୋଗଦେଇ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ,ବିଡିଓ ଉମାକାନ୍ତ ପରିଡା,କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ,ଡୋନେଟ ବ୍ଲଡ ସେଭ ଲାଇଫ ଭଳି ବିଭିନ୍ନ ବ୍ୟକ୍ତି ବିଶେଷ ସେବାକାରୀ ସଂଘ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବରେ ତାଙ୍କର ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା ।
ଏଥିରେ ଡୋନେଟ ବ୍ଲଡ ସେଭ ଲାଇଫର ହିମାଂଶୁ ସାହୁ,ମନୋରଂଜନ ବାରିକ,ନାଗାର୍ଜୁନ ସାହୁ,ବିକାଶ ସାହୁ,ଆଶୁତୋଷ ପଣ୍ଡା,ତ୍ରିନାଥ ସେଠି,ସୁରେଶ ସାହୁ,ବିନୋଦ ସାହୁ,ନିରୋଜ ପ୍ରଧାନ ହେଲପିଙ୍ଗ ହ୍ୟାଣ୍ଡର ରନେଶ କୁମାର ସାହୁ ଓ ତାଙ୍କର ସଦସ୍ୟ ଯୋଗଦେଇଥିଲେ । ଏଥିରେ ନାରାୟଣ ଚନ୍ଦ୍ର ମହାପାତ୍ର ଅରୁଣ ରାଉତ,ଅରୁଣ ସ୍ୱାଇଁ,ରୁଦ୍ର ପ୍ରସନ୍ନ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।