Odisha news

ସାମାଜିକ ଦୂରତା ଭାଙ୍ଗିଲେ ବାଜିବ ସତର୍କ ଘଣ୍ଟି : ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ଟିମ୍‌ ଏମିତି ଏକ ମେସିନ୍‌ ତିଆରି କରିଛନ୍ତି ଯାହା ସାମାଜିକ ଦୂରତା ନିୟମକୁ ମାନିବାରେ ସାହାଯ୍ୟ କରିବ।

0

କୋଲକାତାଆଇଆଇଟି ଖଡ଼ଗପୁରର ଏକ ଗବେଷଣା ଟିମ୍‌ ଏମିତି ଏକ ମେସିନ୍‌ ତିଆରି କରିଛନ୍ତି ଯାହା ସାମାଜିକ ଦୂରତା ନିୟମକୁ ମାନିବାରେ ସାହାଯ୍ୟ କରିବ। ଯଦି କେହି ସାମାଜିକ ଦୂରତା ନିୟମ ଭାଙ୍ଗନ୍ତି ତେବେ ତୁରନ୍ତ ଏହା ସତର୍କ ସୂଚନା  ଦେଇଦେବ।

ଏହି ଗବେଷଣା ଟିମ୍‌ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତିମ ବୁଦ୍ଧି ସମ୍ପନ୍ନ) ଉପରେ ଆଧାରିତ ଏକ ସାଇବର୍‌ ଫିସିକାଲ୍ ସିଷ୍ଟମ୍‌ ଡେଭଲପ୍ କରିଛନ୍ତି ଯାହା ପବ୍ଲିକ୍‌ ପ୍ଲେସ୍‌ ବା ସର୍ବସାଧାରଣ ସ୍ଥାନଗୁଡ଼ିକରେ ସୋସିଆଲ୍ ଡିଷ୍ଟାନ୍ସିଂକୁ ପରିଚାଳନା କରିବାରେ ସାହାଯ୍ୟ କରିବ। ସଂସ୍ଥାନ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।

ପ୍ରଫେସର ଦେବାଶିଷ ଚକ୍ରବର୍ତ୍ତୀ ଓ ପ୍ରଫେସର ଆଦିତ୍ୟ ବନ୍ଦୋପାଧ୍ୟାୟଙ୍କ ନେତୃତ୍ୱରେ ଏହି ଗବେଷଣା ଟିମ୍ କାର୍ଯ୍ୟ କରୁଥିଲା।  ସବୁଠୁ ବଡ଼ କଥା ହେଉଛି କମ୍ ମୂଲ୍ୟର ଏହି ମେସିନ୍‌ ତିଆରି ହୋଇଛି ଯାହା ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବାରେ ସାହାଯ୍ୟ କରିବ ବୋଲି ଆଇଆଇଟି ଖଡ଼ଗପୁରର ପ୍ରବକ୍ତା କହିଛନ୍ତି।

“ଯଦି କେହି ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ କରିନ୍ତି, ତେବେ ଏହି ମେସିନ୍‌ଟି ଅଡିଓ ଆଉଟ୍‌ପୁଟ୍ ମାଧ୍ୟମରେ ଶବ୍ଦ କରି ଏକ ସତର୍କମୂଳକ ସୂଚନା ଦେବ। ଏହା ପ୍ରଥମେ ଭିଡ଼ ସ୍ଥାନରେ ଫଟୋ ଉଠାଇବ, ଏହାପରେ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ସାମାଜିକ ଦୂରତା ନିମୟ ଅନୁସାରେ ସତର୍କ ସୂଚନା ଦେବ।” ଡିଭାଇସ୍ ତିଆରି କରିଥିବା ଗବେଷକ ଟିମ୍‌ର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି। ଦୂର ସ୍ଥାନଗୁଡ଼ିକରେ ସହଜରେ ଓ କମ୍‌ ଖର୍ଚ୍ଚରେ ସାମାଜିକ ଦୂରତାକୁ ପରିଚାଳନା କରିବା ଏହି ଡିଭାଇସ୍ ତିଆରି କରିବାର ମୂଳ ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ଆଇଆଇଟି ଖଡ଼ଗପୁର କ୍ୟାମ୍ପସରେ ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି। ତେବେ କେବେ ଏହାର ସରକାରୀ ସ୍ତରରେ ବ୍ୟବହାର କରାୟିବ ତାହା ଦେଖିବା ବାକି ରହିଲା।

Nalco
Leave A Reply