କୋରେଇ: ବୈତରଣରୋଡ଼ ବଜାରରେ ଥିବା ଆଇସିସିଆଇ ବ୍ୟାଙ୍କ ଏଟି ଏମ୍ ଭାଙ୍ଗି ଦୁର୍ବୁତଙ୍କ ଲୁଟ୍ ଉଦ୍ୟମ୍ ବିଫଳ ହୋଇଛି । ରାତ୍ରୀ ପେଟ୍ରୋଲିଂ କରୁଥିବା ହୁମ୍ଗାର୍ଡ଼ଙ୍କ ଆସିବା ଜାଣି ଦୁର୍ବୁତ ମାନେ ପଲାଇ ଯାଇଥିବା ବେଳେ ଏଟିଏମ୍ ଘର ପଛପଟେ ଜଣେ ବୁଲୁଥିବା ଦେଖି ତାକୁ ଧରି କୋରେଇ ଥାନାରେ ଜିମା ଦିଆଯାଇଛି ।
ସୂଚନା ଥାଉକି ସୋମବାର ମଧ୍ୟରାତ୍ରରେ ବୈତରଣରୋଡ଼ ବଜାରରେ ଥିବା ଆଇସିସିଆଇ ବ୍ୟାଙ୍କ ଏଟି ଏମ୍କୁ ଭାଙ୍ଗି ଦୁର୍ବୁତ ମାନେ ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରୁଥିଲେ । ମାତ୍ର ରାତ୍ରୀ ପେଟ୍ରୋଲିଂ କରୁଥିବା ହୁମ୍ଗାର୍ଡ଼ ମାନଙ୍କୁ ଆସୁଥିବା ଦେଖି ଦୁର୍ବୁତ ମାନେ ସେଠାରୁ ଚମ୍ପଟ ମାରିଥିଲେ ।
ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅନ୍ଧାର ଯୋଗୁଁ ସେମାନେ ଫେରାର ହୋଇଯାଇଥିବା ବେଳେ ଏଟିଏମ୍ ଘର ପଛପଟେ ବୁଲୁଥିବା ଜଣଙ୍କୁ ଧରିବା ପରେ କୋରେଇ ଥାନାକୁ ଜଣାଇଥିଲେ । ଖବର ପାଇ ଏଏସଆଇ ଘଟଣା ସ୍ଥଳରେ ପହଁଚି ଧରିଥିବା ଯୁବକକୁ ଥାନାକୁ ନେଇଯାଇଥିଲେ । ପୁଲିସ୍ ସିସିଟଭି ଫୁଟେଜକୁ ଆଧାରକରି ତଦନ୍ତ ଅବ୍ୟାହତ ରଖିଛି । ଖୁବଶିଘ୍ର ଅପରାଧିଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ରଂଜିତ୍ କୁମାର ମହାନ୍ତି କହିଛନ୍ତି ।