Odisha news

ନାବାଳିକା ଅପହରଣ, ଥାନାରେ ଅଭିଯୋଗ

0

କୋରେଇ ୦୨ା୦୧ :  କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମରେ ଘରଭଡା ନେଇ ରହୁଥିବା ଜଣେ ବ୍ୟକ୍ତିଙ୍କର ନାବାଳିକା ଝିଅକୁ ଆଜି ଦିନ ସଢେ ୧୨ ଟା ବେଳେ ଜଣେ ଯୁବକ ଅପହରଣ କରିନେଇଛି । ଏ ନେଇ ନାବାଳିକାର ବାପା କୋରେଇ ଥାନାରେ ଅଭିଯୋଗ କରିଛି । ଅଭିଯୋଗ ଅନୁଯାଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ଶଶିକାନ୍ତ ମହାରଣା ବରୁଣ୍ଡେଇ ଗ୍ରାମରେ ଭଡାଘରେ ରହି ଜଣେ ବ୍ୟବସାୟୀଙ୍କ ଫର୍ଣ୍ଣିଚର ଦୋକାନରେ କାମ କରେ ।

ଆଜି ସକାଳେ ଶଶିକାନ୍ତ କାମକରିବାକୁ ଯିବା ପରେ ଶଶିକାନ୍ତର ସ୍ତ୍ରୀ, ପୁଅ ଓ ଝିଅ ଘରେ ରହୁଥିଲେ । ପୁଅ ଓ ଝିଅ ଉପର ମହଲାରୁ ତଳକୁ ପାଣିପାଇଁ ଆସିଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭଣ୍ଡାରୀପୋଖରୀ ଥାନା (ମଂଜୁରୀରୋଡ) ଚୁଆଗଡିଆ ଗାଁର ଯୁଗଳ ବେହେରାଙ୍କ ପୁଅ ବାବାଜୀ ଝିଅକୁ ବାଇକ୍ରେ ବସାଇ ନେଇ ଯାଇଛି ବୋଲି ପୁଅ ଦେଖିଥିବା ଶଶିକାନ୍ତ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply