କୋଣାର୍କ :ରାଜସ୍ବ ବିଭାଗ ପକ୍ଷରୁ ନଟଫାଇନାଲ ଭାବେ ଘୋଷିତ କୋଣାର୍କ ମୌଜାରେ ଥିବା ଜମି ରେ ଏବେ ବେଆଇନ ଭାବେ ଦବରଦଖଲ ବଢ଼ିବାରେ ଲାଗିଛି । କୋଣାର୍କ – କାକଟପୁର, କୋଣାର୍କ – ପୁରୀ , କୋଣାର୍କ ଭୁବନେଶ୍ବର ରାସ୍ତା ପାର୍ଶ୍ବରେ ଥିବା ସରକାରୀ ଜମି ଉପରେ ଏବେ ବେଆଇନ ଭାବେ ନିର୍ମାଣ ଜୋର ଧରିଛି ତେବେ କୋଣାର୍କ –କାକଟପୁର ରାସ୍ତାର ସରକାରୀ ଜମିରେ ଥିବା ଏକ କଲୋନୀରେ ଗତକାଲି ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ।ମାତ୍ର ଉକ୍ତ ସ୍ଥାନରେ ଫୁଟିଥିବା ସାମଗ୍ରୀ ବୋମା ନୁହେଁ ବଂର ଏକ ଶବ୍ଦ ସୃଷ୍ଟିକାରୀ ଚାଇନା ବାଣ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ମିଳିଥିବା ସୂଚନା ମୁତାବକ କୋଣାର୍କ – କାକଟପୁର ରାସ୍ତା ପାର୍ଶ୍ବରେ କୋଣାର୍କ ବସଷ୍ଟାଣ୍ଡ ଠ।ରୁ କିଛି ଦୁରତାରେ ଏକ କଲୋନୀ ରହିଛି ।ଉକ୍ତ କଲୋନୀରେ ଜଣେ ମହିଳା ଅଙ୍ଗନବାଡ଼ି କର୍ମୀଙ୍କ ଘର ରହିଛି ।ଉକ୍ତ ଅଙ୍ଗନବାଡ଼ି କର୍ମୀ ଜଣକ ଜଣେ ମହିଳା ସଂଗଠିକା ମିନର୍ଭା ରାଉତ ଅଟନ୍ତି ।
ତାଙ୍କ ଘର ନିକଟରେ ତାଙ୍କ ନାମ ରେ ତିନି ଡ଼େସିମିଲ ଜମି ର କାଗଜପତ୍ର ରହିଛି ବୋଲି ସେଦାବି କରନ୍ତି କିନ୍ତୁ ଉକ୍ତ ସ୍ଥାନରେ କୋଣାର୍କ ନିକଟସ୍ଥ ସୋରଭା ପଂଚାୟତର ଜଣେ ଯୁବ ସଂଗଠକ ଓ କମ୍ୟୁନିଷ୍ଟ ନେତା ଙ୍କ ଜମି ରହିଛି ବୋଲି ସେ ଦାବିକରିବାସହ ସଂପୃକ୍ତ ଯୁବ ସଂଗଠକ ଉକ୍ତ ଜମି ଉପରେ ଘର ନିର୍ମାଣ ଆରମ୍ଭ କରିବା ସମୟରେ ମହିଳା ନେତ୍ରୀ ଜଣକ ଏହାର ବିରୋଧ କରିଥିଲେ ।ଏହି ଘଟଣା ଥାନାରେ ପହଞ୍ଚିବା ପରେ ପୁଲିସ ଉଭୟ ପକ୍ଷଙ୍କୁ ଡ଼ାକି ଉକ୍ତ ସ୍ଥାନରେ ନିର୍ମାଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଗତକାଲି ବିଳମ୍ବିତ ରାତ୍ରିରେ ମହିଳା ନେତ୍ରୀଙ୍କ ଘର ର ନିକଟବର୍ତ୍ତୀ ଅଂଚଳରେ ଏକ ବିସ୍ପୋରଣ ହୋଇଥିଲା ।ଯାହାକୁ ନେଇ ରବିବାର ଦିନ ଥାନାରେ ବୋମାମାଡ଼ ହୋଇଥିବାର ମହିଳା ସଭାନେତ୍ରୀ ମିନର୍ଭା ରାଉତ ଅଭିଯୋଗ କରିଥିଲେ ।
ଏହି ଘଟଣାକୁ ନେଇ କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ପ୍ରାଥମିକ ତଦନ୍ତରୁ ତହସିଲଦାର ଙ୍କ ସହିତ ଯୋଗାଯୋଗ କରି ଉକ୍ତ ଜମି ସଂପୂର୍ଣ୍ଣ ଭାବେ ସରକାରୀ ଖାତାରେ ଓ ଅନାବାଦି କିସମରେ ରହିଥିବାର ପୁଲିସକୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଉକ୍ତସ୍ଥାନରେ ବୋମା ନୁହେଁ ଶବ୍ଦ ସୃଷ୍ଟିକାରୀ ଚାଇନା ବାଣ ଫୁଟିଥିବାର ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଥିବାର ଜଣାପଡ଼ିଛି ।ଏହି ଘଟଣାକୁ ନେଇ ପୁଲିସ ଉଭୟ ପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି । ବିବାଦୀୟ ସ୍ଥାନରେ ସୋମବାରଦିନ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।ଏଠାରେ ସୂଚନାଯୋଗ୍ୟକି , କୋଣାର୍କର ମଙ୍ଗୁଳେଶ୍ବର ବସ୍ତି, ମାଉସୀ ମା ସାହି ଭଳି ସରକାରୀ ଜମିରେ ଗଢ଼ି ଉଠିଥିବା ବସ୍ତି ଗୁଡ଼ିକରେ ଏବେ ଜମି ଜବରଦଖଲକୁ ନେଇ ପ୍ରତ୍ୟେହ ଦିନ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି ।
