କୋଣାର୍କ : କୋଣାର୍କ ଏନଏସି ଅଂଚଳରେ ଏକରଏକର ସରକାରୀ ଜମି ଥିବା ସମୟରେ କୋଣାର୍କ ପୌର କଲ୍ୟାଣମଣ୍ଡପ ପରିସରରେ ମହିଳା ସମିତି ଘର ନିର୍ମାଣ ହେବାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଏହାକୁ ଉଛେଦ କରିବାକୁ ଯାଇଥିବା ଏନଏସି କର୍ତ୍ତୁପକ୍ଷ ମହିଳାଙ୍କ ବିରୋଧ ପାଇଁ ଅଧାରୁ ଫେରିଥିବାର ଜଣାପଡ଼ିଛି ।
ସୂଚନା ମୁତାବକ ଦୁଇବର୍ଷ ପୂର୍ବେ ଏହି କଲ୍ୟାଣମଣ୍ଡପ ପାଇଁ ରାଜ୍ୟ ସରକାର ଅର୍ଥ ମଂଜୁର କରିବା ପରେ କଲ୍ୟାଣମଣ୍ଡପ କାର୍ଯ୍ୟ ଆରମ୍ଭ ହୋଇ ସମାପ୍ତ ହୋଇ ସାରିଛି ।ମାତ୍ର କେତେକ ଆଂଶିକ କାର୍ଯ୍ୟ ବାକି ରହିଥିବାରୁ ଏହା ଉଦଘାଟିତ ହୋଇ ପାରିନାହିଁ ।କୋଣାର୍କ ରାଜସ୍ବ ମୌଜାର ନଟଫାଇନାଲ ଭାବେ ରହିଥିବା ଖାତା ନମ୍ବର ୪୧୫ର ପ୍ଳଟ ନମ୍ବର ୧୬୦୪ରେ ଥିବା ୯୪ ଏକର ୫୦ ମଧ୍ୟରୁ ପ୍ରାୟ ୪ ଏକରରୁ ଅଧିକ ଜମି କଲ୍ୟାଣ ମଣ୍ଡପପାଇଁ ଏନଏସି ଦଖଲରେ ରହି ପାଚେରୀ ନିର୍ମାଣ କରିଥିବାର ଜଣାପଡ଼େ ।ପରବର୍ତ୍ତୀ ସମୟରେ ସରକାରଙ୍କ ସହରୀ ଉନ୍ନତି କରଣଯୋଜନାରେ ଆସିଥିବା ଅର୍ଥ ମଧ୍ୟରୁ କୋଣାର୍କର ଗୋଟିଏ ୱାର୍ଡ଼ର ତିନୋଟି ମହିଳା ସମିତି ପାଇଁ ଦୁଇଲକ୍ଷ ଟଙ୍କା ମଂଜୁର ହୋଇଥିବାର ଜଣାପଡ଼େ । କୋଣାର୍କ ଏନଏସି ଅଧିନରେ ଥିବା ଉକ୍ତ ମହିଳା ସମିତିର କାର୍ଯ୍ୟ ଗୋପବ୍ଳକ କର୍ତ୍ତୁପକ୍ଷଙ୍କ ଅଧିନରେ କରାଯାଉଥିବାର କତ୍ତୃପକ୍ଷ ଙ୍କ ଠାରୁ ସୂଚନା ମିଳେ
।ଏହି ମହିଳାସମିତି ଘର ନିର୍ମାଣ ପାଇଁ କୋଣାର୍କ ଏନଏସି କର୍ତ୍ତୁପକ୍ଷଙ୍କ ଠାରୁ କୌଣସି ଅନୁମତି ନିଆଯାଇନାହିଁ। ଏଣେ କଲ୍ୟାଣମଣ୍ଡପ କ୍ୟାମ୍ପସ ପରିସରରେ ଉକ୍ତ ମହିଳା ସମିତି ଘର ନିର୍ମାଣ କାହା ଇଙ୍ଗିତରେ ନିର୍ମାଣ କରାଗଲା ଏବଂ ନିର୍ମାଣ କରାଯାଉଥିବାର ଅଭିଯୋଗ ହେବାପରେ ଏନେଇ ଏନଏସି କର୍ତ୍ତୁପକ୍ଷ ଉକ୍ତ ସ୍ଥାନରୁ ମହିଳା ସମିତି ଘର ନିର୍ମାଣ ଉଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏନଏସି ନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସଙ୍କ ନେତୃତ୍ବରେ ଏନଏସି କର୍ମଚାରୀ ମାନେ ଡ଼୍ରୋଜର ନେଇ ଉକ୍ତ ମହିଳା ସମିତି ଘର ଉଛେଦ ଆରମ୍ଭ କରିଥିଲେ ।ମାତ୍ର ଶତାଧିକ ମହିଳା ମାନେ ସଂଗଠିତ ହୋଇ ଏହାକୁ ବିରୋଧ କରିବାରୁ ଉକ୍ତ ଉଛେଦକୁ ଅଧାରୁ ବନ୍ଦ କରି ଏନଏସି କର୍ତ୍ତୁପକ୍ଷ ଫେରିଥିବାର ଜଣାପଡ଼ିଛି ।କଲ୍ୟାଣମଣ୍ଡପ ପରିସରରେ ବେଆଇନ ଭାବେ ଉକ୍ତ ମହିଳା ସମିତି ଘର ନିର୍ମାଣ କରାଯାଉଥିବାରୁ ଏହାକୁ ଉଛେଦ କରାଯାଇଥିବା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ଏବଂ କଣ ପାଇଁ ଉକ୍ତ ବେଆଇନି ଗୃହ ନିର୍ମାଣ କୁ ଉଛେଦ ନକରି କର୍ତ୍ତୃପକ୍ଷ ସେଠାରୁ ଦଳବଳ ଓ ଡୋଜର ମେସିନି ଫେରାଇ ଆଣିଲେ ତାହା ସନ୍ଦେହ ପ୍ରକାଶ ପାଇଛି।
