ଭଦ୍ରକ : ଭଦ୍ରକ ଜିଲା ଆରଡି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧ ଆଜି ସକାଳ ସମୟରେ ନିକଟସ୍ଥ ସମୁଦ୍ରରୁ ଆସିଥିବା ଜୁଆର ଢେଉ ମାଡରେ ପାଖାପାଖି 200ଫୁଟ ଧସିଯାଇଥିଲା।
ଯାହାକୁ ନେଇ ସ୍ଥାନୀୟ ନଦୀକୂଳିଆବାସୀ ଭୟଭିତ ହୋଇପଡିଛନ୍ତି। ତାହାସହ ଉକ୍ତ ନଦୀବନ୍ଧ ଚାଷଜମି ଅଞ୍ଚଳର ହୋଇଥିବାରୁ ଚାଷୀମାନଙ୍କ ପାଇଁ ବିପଦ ଆଣିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ଏହିସ୍ଥାନରେ ଖରାଦିନରେ ବନ୍ଧ ଧସିଥିବାର ଖବର ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ଯ ମରାମତି କରାଯାଇନଥିଲା,। ଏବେ ବର୍ଷାଋତୁ ଥିବାରୁ ଯଦି ଲଗାଣବର୍ଷା କିମ୍ବା ନଦୀର ବନ୍ଯା ଆସେ ତାହାଲେ ଘାଇହେବାର ଆଶଙ୍କା ରହିଛି।ନଦୀ ବନ୍ଧର 80ଭାଗ ନଦୀମଧ୍ଯକୁ ଧସିଯାଇଥିବା ବେଳେ ଅବଶିଷ୍ଟ ଅଂଶରୁ ଅତଡା ଖସିବାରେ ଲାଗିଛି।