କୋଣାର୍କ : କୋଣାର୍କ ନାଟ୍ୟମଣ୍ଡପର ପ୍ରତିଷ୍ଠାତା ସ୍ୱର୍ଗତ ପଦ୍ମଶ୍ରୀ ଡ଼ଃ ଗୁରୁଗଙ୍ଗାଧର ପ୍ରଧାନଙ୍କର ୭୨ତମ ଜନ୍ମଉତ୍ସବ ୧୦ତାରିଖ ଦିନ ଫେସବୁକ ଲାଇଭି ମାଧ୍ୟମରେ ପାଳିତ ହୋଇଯାଇଛି।ପ୍ରତିବର୍ଷ ତାଙ୍କ ଜନ୍ମଉତ୍ସବ ରବିନ୍ଦ୍ରମଣ୍ଡପ ଓ ଭଞକଳା ମଣ୍ଡପରେ ଗୁରୁଙ୍କୁ ସନମାନ ଜଣାଇ ଓଡିଶୀ ନୃତ୍ୟ ପରିବେଷଣ କରି ପାଳନ କରାଯାଉଥିବାବେଳେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ସରକାର କୋଭିଡ଼ି- ୧୯ ନିୟମ ଲାଗୁକରିଥିବାରୁ ଗୁରୁଙ୍କ ଜନ୍ମଉତ୍ସାବକୁ ଲାଇଭି ଫେସ ବୁକ ଓ ଭିଡିଓକନଫ୍ରନ୍ସ ମାଧ୍ୟମ ରେ ପାଳନକରାଯାଇଛି।କୋଣାର୍କ ନାଟ୍ୟମଣ୍ଡପର ସହ ସମ୍ପାଦକ ଗୁରୁପଦବଳିୟାର ସିଂଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଣାର୍କ ନାଟ୍ୟମଣ୍ଡପର ପରିସରରୁ ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକ,ନାଟ୍ୟମଣ୍ଡପର ସମ୍ପାଦକ ତଥା ଗୁରୁଙ୍କ ସୁ ପୁତ୍ର ଶିବାଶିଶ ପ୍ରଧାନ,ଉପସଭାପତି ପ୍ରସନ୍ନ ବେଉରିଆ ରହିଥିବାବେଳେ, ଭୁବନେଶ୍ୱର ରୁ ଡ଼ଃ ସଂଗୀତା ଗୋସାଇଁ ପ୍ରାଧ୍ୟାପକ ପ୍ରଫୁଲ କୁମାର ମିଶ୍ର ଓ ଡ଼ଃ ମୃତୁଞ୍ଜୟ ରଥ ନିଜଘରେ ରହି ଫେସବୁକ ଲାଇଭି ମାଧ୍ୟମରେ ଗୁରୁ ସ୍ଵ ର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ନିଜ ଘରେ ଥିବା ଗୁରୁଙ୍କ ଫୋଟରେ ପୁଷ୍ପମାଲ୍ୟ ଦେଇ ୭୨ତମ ଜନ୍ମଉତ୍ସବ ପାଳନ କରିଥିଲେ।ଏଠାରେ ସୂଚନା ଥାଉକି ସ୍ୱର୍ଗତ ଗଙ୍ଗାଧର ପ୍ରଧାନ ୨୦୧୦ ମସିହା ଅକ୍ଟଟୋବର ୧୧ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ।ସେ ତିରିଶିରୁ ଅଧିକ ଦେଶରେ ଓଡିଶୀ ନୃତ୍ୟ ଶିକ୍ଷା ଦେଇ ଦେଶରେ ସୁପରିଚିତ ହୋଇପାରିଥିଲେ।
