Odisha news

ସଟଡାଉନରେ କୋଣାର୍କ ଅଞ୍ଚଳର ଵିକୃତମାନସିକ ଓ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟଦେଲେ ଛାତ୍ରସଙ୍ଗଠନ।

0

କୋଣାର୍କ : ପ୍ରଶାଶନ ର ନିର୍ଦ୍ଧେଶ ମୁତାବକ କରୋନା ମହାମାରୀ ପାଇଁ ଅଂଚଳକୁ ୪୮ ଘଣ୍ଟିଆ ସଟଡାଉନ  ଘୋଷଣା କରାଯାଇଛି।ତେଣୁ କୋଣାର୍କ ଅଂଛଳର ସମସ୍ତ ଦୋକାନ ବଜାର ଓ ହୋଟେଲ ବନ୍ଦ ରହିଛି। ଫଳରେ ଅଂଚଳରେ ବସବାସ କରି ମାଗିଯାଚି ଖାଉଥିବା ଅସହାୟ,ଅନାଥ ଓ ଵିକୃତ ମାନସିକଗ୍ରସ୍ତ  ମାନଙ୍କର ଖାଦ୍ୟ ଅଭାବ ଦୂର ପାଇଁ କୋଣାର୍କର କିଛି ଛାତ୍ର ସଂଗଠନ ର କର୍ମକତା ମାନେ ଏକାଠି ହୋଇ ଏହିସବୁ ବେକ୍ତି ଙ୍କୁ ରନ୍ଧା ଖାଦ୍ୟ ଦୁଇବେଳା  ଯୋଗାଇଦେଉଛନ୍ତି।

ଛାତ୍ରସଙ୍ଗଠନର ସଂଯୋଜକ କୁନାଲ ପାତ୍ର ଙ୍କ ଉଦ୍ୟମରେ ସମ୍ପାଦକ ପିନାକୀ ପ୍ରସାଦ ନାୟକ,ବିଶ୍ଵଜିତ ବଳୀୟାରସିଂ,ଦିପକ ଲେଙ୍କା,ସତ୍ୟଜିତ ସ୍ବାଇଁ,ନିରାକାର ବେଉରା,ହୃଷିକେଶ ବେଉରା ,ନିର୍ମାଲ୍ୟ ବାରିକ,ସୌଭାଗ୍ୟ ସ୍ବାଇଁ, ପ୍ରିୟରଞ୍ଜନ ରଥ, ସୌମ୍ୟରଂଜନ ଜେନା,ଆବାସ ମୁଦୁଲି ଓ ଚିନ୍ମୟ ବିଶ୍ଵାଳ ପ୍ରମୁଖ ଏକାଠି ହୋଇ ଏହି କାର୍ଯ୍ୟକ୍ରମ ଚାଲୁରଖିଛନ୍ତି ।ଏବଂ ମାସ ର ବାକି ଶନିବାର ,ରବିବାର ସଟଡାଉନ ବେଳେ ରନ୍ଧା ଖାଦ୍ୟ  ଅଂଛଳର ଅସହାୟ ମାନଙ୍କୁ ଦିଆଯିବ ବୋଲି ଛାତ୍ର ସଂଗଠନର ସଂଯୋଜକ କୁନାଲ ପାତ୍ର କହିଛନ୍ତି।ଛାତ୍ର ମାନଙ୍କର ଏତା ଦୃଶ୍ୟ କାର୍ଯ୍ୟକୁ  ଅଂଛଳର ବୁଦ୍ଧିଜୀବୀଙ୍କ ସହ କୋଣାର୍କ ଥାନାଧିକାରୀ ରଂଜନ କୁମାର ମଲ୍ଲିକ ବେଶ ପ୍ରଶଂସା କରିଛନ୍ତି।

Nalco
Leave A Reply