Odisha news

କୋଣାର୍କ ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
 କୋଣାର୍କ,୩୧।୮ -ଶନିବାର କୋଣାର୍କ ଏନ୍ଏସି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସକାଳ ୮ଟାରେ କୋଣାର୍କ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଅତିଥି ଭାବେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। କୋଣାର୍କକୁ ସରସ ସୁନ୍ଦର ସହର ଭାବେ ଗଢିତୋଳିବା ଆମର ଲକ୍ଷ ବୋଲି କହିଥିଲେ। ପ୍ରଥମେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ପରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ, ଉପାଧ୍ୟକ୍ଷ ସୁରେଶ ରାଉତରାୟ ସମସ୍ତ କାଉନସିଲର ପ୍ରମୁଖ ଯୋଗଦେଇଥିଲେ। ପରେ    ଏହି ଅବସରରେ କାର୍ଯ୍ୟାଳୟ ପରିସରରେ କାଉନସିଲର ସଭା ଗୃହ,ବୃକ୍ଷ ରୋପଣ, ସଫେଇ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ  କରାଯାଇଥିଲା ଏହି ଅବସରରେ ୭ନମ୍ବର ଓ୍ବାର୍ଡ ବାଣପଦା ଗ୍ରାମରେ ମିନି ପାର୍କ ଓ ଓପନ ଯିମ ସେଣ୍ଟରର ଶୁଭ ଉଦଘାଟନ କରାଯାଇଥିଲା ଏହି ଉଦଘାଟନ ରେ ବିଧାୟକଙ୍କ ସମେତ କାଉନସିଲର କୃଷ୍ଣ ପ୍ରିୟା ନାୟକ କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା ସୁରେଶ ଚନ୍ଦ୍ର ନାୟକ ସୁଶାନ୍ତ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ ଓ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଏନ୍ଏସିର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
Govt
Leave A Reply