Odisha news

ସମଲିଙ୍ଗୀ ପ୍ରେମ ବିବାହ ଅଭିଯୋଗ, ପ୍ରେମୀଯୁଗଳଙ୍କ ଲକ୍ଷ୍ୟ ଭଣ୍ଡୁର କଲା ପୋଲିସ

0
ଭୋଗରାଇ :  ସମଲିଙ୍ଗୀ ବିବାହ ଆଇନ  ଅବୈଧ ହୋଇଥିବାବେଳେ ବାଲେଶ୍ୱରଜିଲା ଭୋଗରାଇ ବ୍ଲକରେ ଜଣେ ଯୁବକ ପଶ୍ଚିମବଙ୍ଗ ର ଜଣେ ଯୁବକଙ୍କୁ ବିବାହ କରି ଘରେ ସମ୍ପତ୍ତି ବାଡ଼ିର ଅଧିକାର ଦାବି  କରି ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହିତ କାଠ ଗଢ଼ାରେ ଛିଡା କରିବାକୁ ଧମକ ଦେବା ଭୋଗରାଇ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି lପରିବାର ଲୋକେ ସଂଘ ବଦ୍ଧ ହୋଇ ଏହି ପ୍ରେମୀ ଯୁଗଳବନ୍ଦୀଙ୍କୁ କାବୁ କରି ଚନ୍ଦନେଶ୍ୱର ଫାଣ୍ଡିରେ ଜିମା ଦେଇଥିବା ବେଳେ ପୋଲିସ ଏହି ଘଟଣାକୁ ଗମ୍ଭୀର ଭାବେ ନେଇଁ ବୁଝାସୁଝା କରିବାପରେ ୨ ଜଣଙ୍କୁ ନିଜ ନିଜ ଘରକୁ ପଠେଇ ଥିବାର ରୋଚକ ଖବର ମିଳିଛି lସୂଚନାନୁଯାୟୀ, ଭୋଗରାଇ ଥାନା ,କଖଡ଼ା ଗ୍ରାମ ପଞ୍ଚାୟତ ଅଧିନ ସେହି ଗାଁର ସ୍ବର୍ଗତ ରମଣୀ ଚନ୍ଦଙ୍କ ପୋଷ୍ୟପୁତ୍ର ଦେବବ୍ରତ ଚନ୍ଦ (୨୨) ସହିତ ପଡ଼ୋଶୀ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲା କେଶିଆଡ଼ି ଥାନା ଅଧୀନ ବେଲଦା ନିକଟବର୍ତ୍ତୀ ଶାଙ୍କମାରୀ ଗ୍ରାମର ଭାଗବତ ଦାସଙ୍କ ପୁଅ ଚନ୍ଦନ ଦାସ(୧୯)ସହିତ ଫେସବୁକରେ ବନ୍ଧୁତ୍ବ ଗଢ଼ି ଉଠିଥିଲା l ସେହି ବନ୍ଧୁତ୍ବ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲାବେଳେ ଦୀର୍ଘ ଏକ ବର୍ଷ ଧରି ଉଭୟେ ସ୍ୱାମୀ,ସ୍ତ୍ରୀ ହୋଇ ବିଭିନ୍ନ ସ୍ଥାନରେ ଘରଭଡା ନେଇ ରହି ଆସୁଥିବା ଅଭିଯୋଗ ହୋଇଆସୁଥିଲା l ଗତ ଏକ ସପ୍ତାହ ଧରି ଉଭୟେ କଖଡ଼ା ଦେବବ୍ରତ ଚନ୍ଦ ଘରେ ରହୁଥିଲେ ।ଘରଲୋକ ଯୁବକକୁ ସନ୍ଦେହ କରି ପରିଚୟ ମାଗିବାରୁ ଦେବବ୍ରତ ବନ୍ଧୁ ବୋଲି ପରିଚୟ ଦେଇ ଆସୁଥିଲା।ମାତ୍ର ଶନିବାର ସକାଳେ ଉଭୟ ସ୍ୱାମୀ ସ୍ତ୍ରୀ ବୋଲି ପରିଚୟ ଦେଇ ଘରେ ମାଆ ଓ ଖୁଡ଼ିକୁ ଅଶ୍ଳୀଳ ଭାଷା ପ୍ରୟୋଗ କରି ସମ୍ପତ୍ତି ଘରବାଡ଼ି ଉପରେ ନିଜର ହକ ଜାହିର କରିଥିଲେ।ଏନେଇ ମାଆ ସନ୍ଧ୍ୟାରାଣୀ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାରର ସମସ୍ତ ସଦସ୍ୟ ପହଞ୍ଚି ସେମାନଙ୍କୁ ବିରୋଧ କରିଥିଲେ।ଫଳରେ ସମଲିଙ୍ଗୀ ଯୁବକ ଦୁହେଁ ମିଶି ମା ଓ ପରିବାର ଲୋକଙ୍କୁ କୋର୍ଟର କାଠ ଗଡ଼ାରେ ଛିଡ଼ା କରିଦେବେ ଏବଂ ଆବଶ୍ୟକ ପଡ଼ିଲେ ହତ୍ୟା କରିଦେବେ ବୋଲି ଧମକ ଦେଇଥିବାର ଅଭିଯୋଗ ହୋଇଥିଲା l ପୋଲିସ ଏହି ସମଲିଙ୍ଗୀ ପ୍ରେମୀଯୁଗଳକଙ୍କୁ ନିଜ ପରିବାରକୁ ଜିମାଦେଇଥିବା ବେଳେ ସମଲିଙ୍ଗୀ ବିବାହ ବିଛେଦ ହୋଇଥିବାର ପୋଲିସ ସୂତ୍ରରୁ ପ୍ରକାଶ l
Govt
Leave A Reply