ପା ଞ୍ଚ ପୀଢ ,୩୧/୮ ଗତକାଲି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ସିଙ୍ଗଡ଼ା ଛକ ନିକଟରେ ଏକ ପିକଅପ୍ ନମ୍ବର ଡଵ୍ଲୁବି -୩୧ଏ-୫୪୦୯ ଗାଡ଼ିରେ ବେଆଇନ କେନ୍ଦୁପତ୍ର ବୋଝେଇ କରି ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ସିଙ୍ଗଡ଼ା ଜଙ୍ଗଲ ବିଭାଗ ପେଟ୍ରୋଲି° କରୁଥବା ଦେଖିବାକୁ ପାଇଥିଲେ। ବନପାଳ ଦିପ୍ତିମୟୀ ସେଠୀଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ମାନେ ଗାଡ଼ିକୁ ଅଟକାଇ କାଗଜପତ୍ର ନପାଇ ଜବତ୍ କରିଥିଲେ। ଗାଡ଼ିରେ ଖେଜୁରଦା, ପୂର୍ବ ମେଦିନୀପୁର ପଶ୍ଚିମ ବଙ୍ଗର ପ୍ରଦୀପ ମାଇତି(୩୫) ଓ ବାରନିଧି,ବାଲିଘାଇ ପୂର୍ବ ମେଦିନୀପୁର, ପଶ୍ଚିମ ବଙ୍ଗର ସ୍ୱପନ ରୟ ଚୌଧୁରୀ(୩୬) ଥିବାରୁ ସେମାନଙ୍କୁ ଅଟକ ରଖିଥିଲା।ଗାଡିରୁ ୧୮୦ ବଣ୍ଡଲ, ୯ କ୍ୱଣ୍ଟାଲ ଓଜନର କେନ୍ଦୁପତ୍ର ଜବତ କରାଯାଇଛି। ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ସିଙ୍ଗଡ଼ା ବନପାଳ ଦିପ୍ତିମୟୀ ସେଠୀ ସୂଚନା ଦେଇଛନ୍ତି। ଏହି ଜବତ୍ ସମୟରେ କରଞ୍ଜିଆ ବନଖଣ୍ଡ ସହକାରୀ ବନ ସଂରକ୍ଷକ ମଦନମୋହନ ମହାନ୍ତ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ