କୋଣାର୍କ : ବେଳାମାର୍ଗର ରାମଚଣ୍ଡୀ ମନ୍ଦିର ପଛରୁ ଖାଲକଟା ପାଟଣା ଦେଇ ଟିକନା ଗ୍ରାମ ପର୍ଯ୍ୟନ୍ତ ଶହଶହ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଖୋଳା ଯାଇ ଚାସ କରାଯାଉଛି। ଏହି ଅଭିଯୋଗ ହେବା ପରେ ବନବିଭାଗ ପକ୍ଷରୁ ଉକ୍ତ ବେଆଇନ ଚିଙ୍ଗୁଡ଼ି ଘେରି ଉଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏଥି ସହିତ କୁଶଭଦ୍ରା ନଦୀରୁ ମଧ୍ୟ ବେଆଇନ ଭାବେ ଚିଙ୍ଗୁଡ଼ି ଜାଆଁଳ ଧରା ହେଉଛି ।ଏନେଇ କ୍ରମାଗତ ଭାବେ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।
ଏସଂପର୍କରେ ଅଭିଯୋ
ବେଆଇନ ଭାବେ ଗଢ଼ି ଉଠିଥିବା ଏହି ଚିଙ୍ଗୁଡ଼ି ଘେରି ମଧ୍ୟରୁ କେତେକ ଘେରି ସଂପୂର୍ଣ୍ଣ ରାଜସ୍ବ ବିଭାଗ ଜମିରେ ରହିଥିବାର ସୂଚନା ମିଳିଛି ।୪ ଏକରରୁ ଅଧିକ ଘରୋଇ ଜମିରେ ମଧ୍ୟ ବେଆଇନ ଚିଙ୍ଗୁଡ଼ି ଘେରି କରାଯାଇଛି ।ଏସଂପର୍କରେ ବନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗ କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି ।ରାଜସ୍ବ ବିଭାଗ ଓ ବନବିଭାଗ ପକ୍ଷରୁ ଏସଂପର୍କରେ ବିଦ୍ଧିବଧ ଭାବେ ଅନୁଧ୍ୟାନ କରାଯିବା ପରେ କୁଶଭଦ୍ରା ନଦୀ ଅବବାହିକାରେ ଗଢ଼ି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରି ଗୁଡ଼ିକୁ ଖୁବଶିଘ୍ର ଉଛେଦ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।