Odisha news

ଭଞ୍ଜନଗର : ଆଶ୍ଚର୍ଯ୍ୟ ହେଲେ ବି ସତ , ବଜ୍ରାଘାତରେ ରାଧାକୃଷ୍ଣ ମନ୍ଦିର ଦଧିନଉତି ଭାଙ୍ଗି ଚୁରୁମାର

0

ଭଞ୍ଜନଗର : ବଜ୍ରାଘାତରେ ରାଧାକୃଷ୍ଣ ମନ୍ଦିର ଦଧିନଉତି ଭାଙ୍ଗି ଚୁରୁମାର ହୋଇଯାଇଛି । ଏଭଳି ଘଟଣା ଜଗନ୍ନାଥପ୍ରସାଦ ବ୍ଲକର ଖମାରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ନିମପଦର ଗ୍ରାମରେ ଘଟିଛି । ମିଳିଥିବା ସୁଚନା ପ୍ରକାରେ ଶନିବାର ସଂଧ୍ୟାରେ ହଠାତ୍ ସଂପୃକ୍ତ ଅଂଚଳରେ ପ୍ରବଳ ବଜ୍ରାଘାତ ହୋଇଥିଲା । ଆଉ ବଜ୍ରାଘାତରେ ଶହେବର୍ଷର ପୁରୁଣା ନିମପଦର ଗ୍ରାମର ରାଧାକୃଷ୍ଣ ମନ୍ଦିରର ଦଧିନଉତି ଖଣ୍ଡ ବିଖଣ୍ଡିତ ହୋଇ ଝଡିପଡିଲା । ସେହିପରି ବଜ୍ରାଘାତ କାରଣରୁ ଉକ୍ତ ମନ୍ଦିରର ସମସ୍ତ ବୈଦୁତିକ ସାମଗ୍ରୀ ଜଳି ଯାଇଛି ।

ମନ୍ଦିରରେ ବ୍ରଜାଘାତ ହେବା ସହ ଦଧିନଉତି ଖସିବାର ଭୟଙ୍କର ଶଦ୍ଦରେ ଗ୍ରାମବାସୀ ବେଶ ଆତଙ୍କିତ ହୋଇପଡିଥିଲେ । ଏଭଳି ଘଟଣା ପୂର୍ବରୁ କେବେବି ହୋଇନଥିବାବେଳେ କରୋନା ମହାମାରୀ କାଳରେ ଏଭଳି ଘଟଣାକୁ ଗ୍ରାମବାସୀ ଅଶୁଭର ସଂକେତ ବୋଲି ଭାବିବାସହ ଗ୍ରାମରେ କିଭିଳି ଶାନ୍ତି ବଜାୟ ରହିବ ସେହି ଚିନ୍ତାରେ ପଡିଛନ୍ତି । ତେବେ ଗ୍ରାମ ଉପରକୁ ଆସୁଥିବା ସମସ୍ତ ବିପତ୍ତିକୁ ସ୍ୱୟଂ ରାଧାକୃଷ୍ଣ ନିଜ ଆଡକୁ ଟାଣିନେଇ ଗ୍ରାମବାସୀଙ୍କୁ ରକ୍ଷା କରିଛନ୍ତିବୋଲି ଗ୍ରାମର କିଛିି ଧର୍ମପରାୟଣ ବ୍ୟକ୍ତିବିଶେଷ ମଧ୍ୟ ନିିଜ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।

Leave A Reply