Odisha news

ନୂତନ କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ : କୋଣାର୍କ ପୁସ୍ତକ ଉନ୍ମୋଚନ   

0
କୋଣାର୍କ- କୋଣାର୍କ ମାଧିପୁର ଛକ ନିକଟରେ ନବ ନିର୍ମିତ କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସ ଶନିବାର ଅପରାହ୍ନରେ ମୁଖ୍ୟ ବିଚାରପତି ଫିତା କାଟି ଉଦଘାଟନ କରି କୋଣାର୍କ କଳା ସ୍ଥାପତ୍ୟ ପାଇଁ  ବିଶ୍ବ ପ୍ରସିଦ୍ଧ। ଆଜି ଆପଣଙ୍କ ନିକଟରେ ଉପସ୍ଥିତ ରହି କୋଣାର୍କ ସିଭିଲ କୋର୍ଟ ନୂତନ ଗୂହ ଶୁଭ ଉଦଘାଟନ କରି ଖୁସି ଅନୁଭବ କରୁଛି ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ କହିଥିଲେ।  ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ସହିତ ହାଇକୋର୍ଟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ପୁରୀ ଜିଲ୍ଲା ଜଜ ଅଜନ୍ତା ଷଡଙ୍ଗୀ, ପୂର୍ବତନ ବିଚାରପତି ବିଜୟ କୁମାର ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ କୋଣାର୍କ ପୁସ୍ତକ ଉନ୍ମୋଚନ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ସୂଚନାଯୋଗ୍ୟ,ଗତ ୨୦୨୩ ଫେବୃୟାରୀ ୪ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧରଙ୍କ ଦ୍ବାରା ଭିତ୍ତିପ୍ରସ୍ତର ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପ୍ରାୟ ୮କୋଟି ବ୍ୟୟ ଅଟକଳରେ ମାଧିପୁର ମୈଜାରେ ୪ଏକର ଜମିରେ ଏହାର ନିର୍ମାଣ ଆରମ୍ଭ କରାଯାଇ ୧୩ ମାସ ମଧ୍ୟରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସପି ପିନାକ ମିଶ୍ର, ଅତିରିକ୍ତ ଏସପି ବିଷ୍ଣୁ ପତି, ଭାନୁପ୍ରତାପ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, କୋଣାର୍କ ଓକିଲ ସଂଘର ସଭାପତି ଶ୍ରୀଜୟ ବରାଳ,କୋଣାର୍କ ବାର ଆସୋସିଏସନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଥିଲା।
Nalco
Leave A Reply