ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶନିବାର ଦିନ ଏଠାରେ ତାଙ୍କର ଦଳୀୟ ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି! ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ବଡଚଣା ମଧ୍ୟସ୍ଥଳି ରାଜପଥ ହୋଟେଲ ନିକଟରେ ଏହି କାର୍ଯ୍ୟାଳୟକୁ ୨୭ ତାରିଖ ଅପରାହ୍ନରେ ନିଜେ ବର୍ଷା ଫିତାକାଟି ଉଦଘାଟନ କରିଥିଲେ! ଟିକେଟ ଘୋଷଣା ପରେ ୨୬ ତାରିଖରେ ପ୍ରଥମକରି ବର୍ଷା ଏଠାରେ ପହଞ୍ଚି ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ନିଜର ଉପସ୍ତିତି ଯାହୀର କରିବା ସହ ଛତିଆବଟରେ ମହାପ୍ରଭୂ ଜଗନ୍ନାଥ ଓ ପଞ୍ଚକ୍ଷେତ୍ରରେ ମହାଦେବ ମହାବିନାୟକଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ! ଗତକାଲିର କାର୍ଯ୍ୟକ୍ରମରେ ବଡଚଣାର ବିଜେଡିର ତିନି ଗୋଷ୍ଠୀ ନେତାଙ୍କ ସମର୍ଥକ ମାନେ ଏକାଠିହୋଇ ଶୋଭାଯାତ୍ରାକୁ ସଫଳ କରିଥିବାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ତାହା ଦଳୀୟ କର୍ମୀଙ୍କ ମଧ୍ୟରେ ବେସ ଉତ୍ସାହ ସୃଷ୍ଟି କରିଥିଲା! ଆଜିର ଦଳୀୟ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା,ବ୍ଳକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ନନ୍ଦ,ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ,ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ରପ୍ରସାଦ ନାୟକଙ୍କ ସହ ବଡଚଣାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ବହୁ ସରପଞ୍ଚ ଓ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ!