Odisha news

ବିଜେଡ଼ି ଲେ ମିଶିଲେ ଗାନ୍ଧୀବାଦୀ ନେତା 

0
ବାରଙ୍ଗ :  ହଜାର ହଜାର ସମର୍ଥକଙ୍କ ସହ ବିଜେଡି ରେ ଯୋଗ ଦେଲେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ପ୍ରତାପ ଚନ୍ଦ୍ର ରାଉତ। ଶନିବାର ଦିନ ନିଜ ଗ୍ରାମ ରଘୁନାଥ ପୁର ଗ୍ରାମରୁ  ଦୁଇଶହ ରୁ ଅଧିକ ବାଇକି ରାଲି ସହିତ ହଜାର ହଜାର ସଂଖକ ମହିଳା ପୁରୁଷ ମାନେ ବାହାରି ଶଙ୍ଖ ପହଞ୍ଚିଥିଲେ ।
ଶଙ୍ଖ ଭବନରେ ମିଶ୍ରଣ ପର୍ବ ରେ ସାଂସଦ ସସ୍ମିତ୍ ପାତ୍ର,ଭୁବନେଶ୍ୱର ଉତ୍ତର ବିଧାୟକ ତଥା ବିଧାୟକ ପାର୍ଥୀ ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦାନ କରାଇଥିଲେ ।
ପ୍ରକାଶ ଯେ , ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ରାଉତ ଉତ୍ତର ନିର୍ବାଚନ ମଣ୍ଡଳୀର ଜଣେ ପ୍ରମୁଖ ରାଜନେତା ଭାବେ ଘରେ ଘରେ ପରିଚିତ। ଶ୍ରୀ ରାଉତ ତାଙ୍କର ଛାତ୍ର ଜୀବନ କାଳରୁ ରାଜନୀତିରେ ପାଦ ଦେଇ ୧୯୮୮-୮୯ ମସିହାରେ ଶ୍ରୀ ରାଉତ ବରାଙ୍ଗ, କୁଞ୍ଜ ବିହାରୀ ମହାବିଦ୍ୟାଳୟରୁ ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇ ସମାଜସେବାରେ ନିଜକୁ ଉତ୍ସର୍ଗ କରି ଆସୁଛନ୍ତି। ୧୯୯୭-୨୦୦୨ ପର୍ଯ୍ୟନ୍ତ ଶ୍ରୀ ରାଉତ ଉତ୍ତର ଭୁବନେଶ୍ୱର ରଘୁନାଥ ପୂର୍ ଗ୍ରା:ପ ର ସରପଞ୍ଚ ରହିଥିବା ବେଳେ, ୨୦୦୨ ରେ କଂଗ୍ରେସ ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ, ୨୦୦୮ ରେ କଂଗ୍ରେସ ଜିଲ୍ଲା ଉପସଭାପତି, ୨୦୧୨-୧୭ ବାରୀମୁଣ୍ଡ ଗ୍ରା:ପ ସମିଥି ସଭ୍ୟ ସଦସ୍ୟ, ୨୦୧୪ ରେ କଂଗ୍ରେସ ରାଜ୍ୟ ସାଂଗଠନିକ ସମ୍ପାଦକ ଭାବେ ଦାଇତ୍ୱ ନିର୍ବାହ କରିଛନ୍ତି। ଏବଂ ଏଯାବତ୍ ଜଣେ ମହାନ୍ ସମାଜସେବକ ଭାବେ ଢେର୍ ଆଦର ସମ୍ମାନ ଅର୍ଜନ କରିଛନ୍ତି।
Govt
Leave A Reply