ବେଳାଭୂମି କୂଳରେ ଜାତୀୟ ରାଜପଥ ସୁରକ୍ଷା ପାଇଁ ସିନ୍ଥେଟିକ ପ୍ରାଚୀର ନିର୍ମାଣ ଘଟଣା, ସାମାଜିକ କର୍ମୀଙ୍କ ଟ୍ବିଟ ପରେ ଜାତୀୟ ରାଜପଥ କାର୍ଯ୍ୟାଳୟ ପକ୍ଷରୁ ବିଭାଗୀୟ ଚିଠି ସହ ତତ୍ପରତା, ଖର୍ଚ୍ଚ ହେବ ୨୦୦କୋଟି।
କୋଣାର୍କ – କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତାର ସାହୁଖଣତା ଠାରେ ସାମୁଦ୍ରିକ ଜୁଆର ମାଡରେ ନଷ୍ଟଭ୍ରଷ୍ଟ ହୋଇ ରାଜପଥ ପ୍ରତି ବିପଦ ଆଶଙ୍କା ଦେଖା ଦେବା ଘଟଣାରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ଖବରକୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଟ୍ୱିଟ଼ ଯୋଗେ ଅଭିଯୋଗ କରିବାର ୩ଦିନ ମଧ୍ୟରେ ଭୁବନେଶ୍ଵର ସ୍ଥିତ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସାମାଜିକ କର୍ମୀ ତଥା ସାମ୍ବାଦିକ ଶ୍ରୀ ସ୍ୱାଇଁଙ୍କୁ ବିଭାଗ ପକ୍ଷରୁ ଏକ ସରକାରୀ ଚିଠିରେ ସିନ୍ଥେଟିକ ପ୍ରାଚୀର ନିର୍ମାଣ ପାଇଁ ୧୯୯୯.୫୧ ଲକ୍ଷ ଟଙ୍କା ବ୍ୟୟରେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅବଗତ କରାଇଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତାର ସାହୁଖଣତା ଠାରେ ବିଗତ କିଛି ଦିନ ତଳେ ସାମୁଦ୍ରିକ ଜୁଆର ମାଡରେ ରାଜପଥର ୫୦୦ମିଟର ରୁ ଉର୍ଦ୍ଧ୍ବ ଜାତୀୟ ରାଜପଥ ରାସ୍ତା ଧୋଇଯାଇଥିଲା। ଏହି ସାମୁଦ୍ରିକ ଜୁଆର ମାଡରୁ ଅସ୍ଥାୟୀ ଭାବେ ସୁରକ୍ଷା ପ୍ରଦାନ କରିବା ପାଇଁ ଜାତୀୟ ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ବହ୍ଲାପୋତି ଓ ବାଲି ବସ୍ତା ପକାଯାଇ ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ କୋଟେସନ ମାଧ୍ୟମରେ ଠିକାଦାରଙ୍କ ଦ୍ବାରା ଏହି କାର୍ଯ୍ୟ କରାଯାଇଥିଲା। ମାତ୍ର ଏହି ତରବରିଆ ଭାବରେ କରାଯାଇଥିବାରୁ ଏହା ସାମ୍ପ୍ରତିକ ସମୟରେ ନଷ୍ଟଭ୍ରଷ୍ଟ ହୋଇଛି। ଫଳରେ ପୁନର୍ବାର କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତା ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଏହା ଦ୍ବାରା କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତା ସାମୁଦ୍ରିକ ଜୁଆର ମାଡରେ ନଷ୍ଟଭ୍ରଷ୍ଟ ହୋଇ ଗମନାଗମନ ବ୍ଯାହାତ ହୋଇପାରେ ବୋଲି ପରିବେଶବିତ, ଅଂଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏହି ସମାସ୍ୟାର ସ୍ଥାୟୀ ସମାଧାନ ପାଇଁ ଜାତୀୟ ରାଜପଥ ରାସ୍ତାକୁ ସ୍ଥାୟୀ ଭାବରେ ସୁରକ୍ଷା ପ୍ରଦାନ କରିବା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପକ୍ଷରୁ ସିନ୍ଥେଟିକ ପ୍ରାଚୀର ନିର୍ମାଣ କରିବା ପାଇଁ ଗତ ୨୩ ଏପ୍ରିଲରେ ବିଭିନ୍ନ ଖବରକାଗଜରେ ଏକ ତଥ୍ୟ ଭିତ୍ତିକ ଖବରମାନ ପ୍ରକାଶ ପାଇଥିଲା। ବିଭିନ୍ନ ଖବରକାଗଜ ରେ ପ୍ରକାଶିତ ଖବର ଆଧାରରେ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଜାତୀୟ ରାଜପଥ ଉଚ୍ଚ କର୍ତ୍ତୃପକ୍ଷ ଓ ପୁରୀ ଜିଲ୍ଲାପାଳଙ୍କୁ ସମାସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଭୁବନେଶ୍ବର ସ୍ଥିତ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଚିଠି ନଂ ୧୮୬,ତା ୨୬-୦୪-୨୪ ଯୋଗେ ଏହି କାର୍ଯ୍ୟ ପାଇଁ ବିଭାଗ ୧୯୯୯.୫୧ ଲକ୍ଷ ଟଙ୍କାର ଆର୍ଥିକ ବ୍ୟୟ ଅଟକଳ କରି ବୈଷୟିକ ଓ ଅର୍ଥନୈତିକ ମଂଜରୀ ପାଇବା ପରେ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ସରକାରୀ ଚିଠି ଯୋଗେ ଅବଗତ କରାଇଛନ୍ତି ବୋଲି ସେ କରିଛନ୍ତି ।