କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଟିକେଟ କାଉଣ୍ଟରରେ ଟିକେଟ ନ ମିଳିବାରୁ ମନ୍ଦିର ମୁଖ୍ୟ ଫାଟକ ରେ ତାଲା ପକାଇଲେ ମନ୍ଦିର କର୍ତୁ ପକ୍ଷ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଟିକେଟ କାଉଣ୍ଟରରେ ଟିକେଟ ନ ମିଳିବାରୁ ମନ୍ଦିର ମୁଖ୍ୟ ଫାଟକ ରେ ତାଲା ପକାଇଲେ ମନ୍ଦିର କର୍ତୁ ପକ୍ଷ ।ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ଆଜି ରବିବାର ହେତୁ ପର୍ଯ୍ୟଟକ ଙ୍କ ନାହିଁ ନଥିବା ଭିଡ ଲାଗିରହିଥିବା ବେଳେ , ମନ୍ଦିର ପ୍ରଶାସନ ପକ୍ଷରୁ ଅବହେଳା ଯୋଗୁଁ , ଟିକେଟ ନ ମିଳିବାରୁ ଭିଡ଼ ଅଧିକରୁ ଅଧିକ ଜମିଥିଲା ।ଭିଡ଼ ହେତୁ ପର୍ଯ୍ୟଟକ ମାନେ ପାଟିତୁଣ୍ଡ କରିବା ସହିତ ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଆରମ୍ଭ କରିଥିଲେ । ସୂର୍ଯ୍ୟ ମନ୍ଦିର ର ଦାୟିତ୍ଵ ରେ ଥିବା ସ୍ଥାନୀୟ ଅଧିକାରୀ ମନ୍ଦିର ର ମୁଖ୍ୟ ଗେଟ୍ କୁ ତାଲା ପକାଇଥିଲେ । ଫଳରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଗେଟ୍ ସମ୍ମୁଖରେ ହୋହାଲା କରିଥିଲେ ।
