ଚଣ୍ଡିଖୋଲ : ଦୀର୍ଘ ୨୮ରୁ ୪୦ ବର୍ଷ ଧରି ଠିକାରେ ଚାକିରୀ ଆରମ୍ଭ କରିଥିବା ୮ ହଜାରରୁ ଉର୍ଦ୍ଧ୍ବ ବନ୍ଦୋବସ୍ତ ଓ ଚକବନ୍ଦୀ କର୍ମଚାରୀ ମାନେ ଅବସର ପରେ ଏବେ ସରକାରୀ ଅବହେଳାର ଶିକାର ହୋଇ ଅତି କଷ୍ଟରେ ନିଜ ପରିବାର ସହ କାଳାତିପାତ କରୁଛନ୍ତି!ସେମାନଙ୍କ ଚାକିରୀର ଠିକା ସମୟକୁ ହିସାବକୁ ନନେଇ ସରକାର ସେମାନଙ୍କୁ ରେଗୁଲାର କରିବା ଦିନରୁ ହିସାବକରି ସେମାନଙ୍କୁ ଅତି ନଗଣ୍ୟ ପେନସନ ପ୍ରଦାନ କରୁଥିବାରୁ ଏବେ ଜୀବନ ଯିଇଁବା କଷ୍ଟସାଧ୍ୟ ହେଉଛି ବୋଲି ଚଣ୍ଡିଖୋଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ ସଙ୍ଘ ପକ୍ଷରୁ କୁହାଯାଇଛି! ସେମାନଙ୍କ ଚାକିରୀ ଆରମ୍ଭର ଠିକା ସମୟକୁ ହିସାବକୁ ନେଇ ସରକାର ଅନ୍ୟ କର୍ମଚାରୀଙ୍କ ପରି ସେମାନଙ୍କୁ ରେଗୁଲାର ପେନସନ ପ୍ରଦାନ କରନ୍ତୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇ ସଙ୍ଘ ନେତୃ ମଣ୍ଡଳୀ।ଦାବି କରିଛନ୍ତି!ଚଣ୍ଡିଖୋଲ ପ୍ରେସକ୍ଳବ ସମ୍ମିଳନୀ କକ୍ଷରେ ସଙ୍ଘ ନେତା ଲଖମିଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା!ଏଥିରେ ଅବସରପ୍ରାପ୍ତ କର୍ମଚାରୀ ସର୍ବଶ୍ରୀ ଶରତ ଚନ୍ଦ୍ର ଧଳ,ବସନ୍ତ ନାୟକ,କରୁଣାକର ଖୁଣ୍ଟିଆ, ବିଷ୍ଣୁଚରଣ ସ୍ୱାଇଁ,ଷଙ୍କର୍ଶଣ ଓଝା,ଅନନ୍ତକିଶୋର ପୃଷ୍ଟି,ପଦ୍ମଚରଣ ସାହୁ ଓ ବାଳକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ହୋଇ ସେମାନେ ୨୮ରୁ୩୦ ବର୍ଷ ଧରି ଠିକାରେ ଚାକିରୀକରି ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ କରିଥିଲେ ମଧ୍ୟ ସରକାର ଜାଣିସୁଣି ସେମାନଙ୍କୁ ରେଗୁଲାର କରିବା ସମୟରେ ଠିକା ସମୟକୁ ହିସାବକୁ ନେଇନଥିବା ଅଭିଯୋଗ କରିଥିଲେ! ଅବସରର ଅଳ୍ପଦିନ ପୂର୍ବରୁ ସେମାନଙ୍କୁ ରେଗୁଲାର କରାଯାଇଥିଲା ବେଳେ ସେଥିରେ ଠିକା ସମୟକୁ ହିସବକୁ ନିଆଯାଇ ପଥିବାରୁ ସେମାନଙ୍କୁ ଅତି ଶୁଳ୍ପ ପରିମାଣର ପେନସନ ଅର୍ଥ ମିଳୁଛି ! ସରକାର ସେମାନଙ୍କୁ ମାସିକ ମାତ୍ର ୩୫୦୦ ଟଙ୍କା ପେନସନ ପ୍ରଦାନ କରୁଥିବାରୁ ଏତେ ଶୁଳ୍ପ ପେନସନରେ ସେମାନଙ୍କ ପରିବାର ଭରଣ ପୋଷଣ ସମ୍ଭବ ହେଉନଥିବା ଅଭିଯୋଗ କରିଥିଲେ! ଅନ୍ୟ ଠିକା କର୍ମଚାରୀ ମାନଙ୍କୁ ସରକାର ରେଗୁଲାର କରିବା ସମୟରେ ଯେପରି ମୂଳ ଚାକିରୀ ସମୟକୁ ହିସାବକୁ ନେଇ ପେନସନ ପ୍ରଦାନ କରୁଛନ୍ତି ସେହି ସର୍ତ୍ତାବଳୀ ଅନୁଯାଇ ଏହି ଅବସରପ୍ରାପ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ କର୍ମଚାରୀ ମାନଙ୍କୁ ପେନସନ ପ୍ରଦାନ କରିବାକୁ ଉପସ୍ଥିତ ସଙ୍ଘ ନେତାମାନେ ସରକାରଙ୍କୁ ଅନୁରୋଧ କରିଥିଲେ! ସୂଚନା ଅନୁଯାଇ ରାଜ୍ୟରେ ପ୍ରାୟ ୮୨୫୧ ଜଣ କର୍ମଚାରୀ ଏହି ବିଭାଗ ଅଧିନରେ କାର୍ଯ୍ୟ କରି ଅବସର ନେଇଛନ୍ତି! ସେଥିରୁ ଇତିମଧ୍ୟରେ ତିନିରୁ ଚାରି ହଜାର ମୃତ୍ୟୁ ବରଣ କରିଥିଲା ବେଳେ ଏବେ ଯେଉଁ ଅଳ୍ପ ସଂଖ୍ୟକ ଅବସରପ୍ରାପ୍ତ କର୍ମଚାରୀ ରହିଛନ୍ତି ମୂଳ ଚାକିରୀ କାଳକୁ ହିସାବକରି ସେମାନଙ୍କୁ ପୂର୍ଣ୍ଣ ମାତ୍ରାରେ ବର୍ଦ୍ଧିତ ପେନସନ ପ୍ରଦାନ କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି କରିଥିଲେ!
