Odisha news

ସୂର୍ଯ୍ୟମନ୍ଦିର ର ଉତର ପଟ ଦୁର୍ବଳ! ଫୁଣି ଲାଗିଲା ଲୁହା ପାଇପ

0

କୋଣାର୍କ- ସୂର୍ଯ୍ୟମନ୍ଦିର ପ୍ରତି ବିପଦ ରହିଛି! ସୂର୍ଯ୍ୟମନ୍ଦିର ର ସୂକ୍ଷ୍ମ କାରୁକାର୍ଯ୍ୟ ପଥର ଗୁଡିକ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି । ଗତ କିଛିଦିନ ପୂର୍ବରୁ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ରେ ଲାଗିଥିବା ଲୁହା ପାଇପ ଗୁଡିକ ବିଶେଷଜ୍ଞ ଙ୍କ ମତ ଅନୁସାରେ କଢାଯାଇ ସୂର୍ଯ୍ୟମନ୍ଦିର କୁ ଲୁହା ପାଇପ ରୁ ମୁକ୍ତ କରାଯାଇଥିଲା । ଯାହା ଫଳରେ ସୂର୍ଯ୍ୟମନ୍ଦିର ର ସୂକ୍ଷ୍ମ ଜୀବନ୍ତ ଭରା କାରୁକାର୍ଯ୍ୟ ର ଶୋଭା ପର୍ଯ୍ୟଟକ ମାନଙ୍କୁ ବେଶ ମନଲୋଭା କରିପାରୁଥିଲା ଏବଂ ସୂର୍ଯ୍ୟମନ୍ଦିର ଉତର ପାଶ୍ୱର୍ ଓ ଜଗମୋହନ ର ସୁରକ୍ଷା ପାଇଁ ଦୁଇଟି କଳଙ୍କି ବିହିନ ଷ୍ଟିଲ ବିମ ମନ୍ଦିର ପିଢା କୁ ଲାଗି ସଂଯୋଗ କରାଯାଇଥିଲା ।

ଗତ ୪ ଦିନ ପୂର୍ବେ ମୁମ୍ବାଇ ରୁ ଆସିଥିବା ସ୍ପେନ ର ବିଶେଷଜ୍ଞ ଟିମ ଙ୍କ ସହ ଏ.ଏସ.ଆଇ ର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଟ ଅରୁଣ କୁମାର ମଲ୍ଲିକ ଙ୍କ ଉପସ୍ଥିତିରେ ଦୁଇଟି ଡୋ୍ରନ ମନ୍ଦିର ର ଚତୁଃପାଶ୍ୱର୍ ଓ ଜଗମୋହନ ଉପରେ ଉଡାଯାଇ ୩ ଡି ଲେଜର ସ୍କାନ ମାଧ୍ୟମରେ ମନ୍ଦିରର ଚତୁଃଦ୍ୱାର ର ଅବସ୍ଥାନ ଓ ଜଗମୋହନ ସ୍ଥିତି ଫଟୋ ଉତୋଳନ କରାଯିବା ସହ ସମସ୍ତ ଅନ୍ତ ଓ ବାହାର ର ପଥର ଗୁଡିକ ଲେଜର ସ୍କାନ କରାଯାଇଥିଲା ।

ତତ୍ ସହିତ ମନ୍ଦିରର ଗର୍ତ ଗୃହରେ ବାଲି କେତେ ପରିମାଣରେ ଦବିଛି ତାହାକୁ ମଧ୍ୟ ଲେଜର ସ୍କାନ ରେ ଅନୁଧ୍ୟାନ କରାଯାଇଥିଲା । ଏ.ଏସ.ଆଇ ଏହି ଲେଜର ସ୍କାନ ଦ୍ୱାରା ମନ୍ଦିରର ଉତର ପଟ ପଥର ଦୁର୍ବଳ ଥିବା ଅନୁମାନ କରି ଦୁଇଟି ଅସ୍ଥାୟୀ ବିମ ସହ ମନ୍ଦିର କୁ ସୁରକ୍ଷା ଦେବା ପାଇଁ ଏହି ଉତର ପଟ କୁ ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ପୁନଃର୍ବାର ସୋମବାର ଠାରୁ ଲୁହା ପାଇପ ଦ୍ୱାରା ଆବଦ୍ଧ କରୁଥିବା ଦେଖିବାକୁ ମିଳିଛି ।ତେଣୁ ଆଗକୁ ସୂର୍ଯ୍ୟମନ୍ଦିର ର ସ୍ଥିତି କିପରି ସୁଦୃଢ ହୋଇପାରିବ ଓ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯାଇ ପାରିବ ସେଥିପାଇଁ ପ୍ରତ୍ନତତ୍ୱ ବିଭାଗ ତାର ସମସ୍ତ ଉଦ୍ୟମ ଜାରି ରଖିଥିବା ଜଣାପଡିଛି ।

Leave A Reply