Odisha news

ପର୍ଯ୍ୟଟକ ଙ୍କ ଟ୍ରାଭେରା ଗାଡି କଲା ସିରିଜ ଦୁର୍ଘଟଣା

0

କୋଣାର୍କ- ଶନିବାର ପୂର୍ବାହ୍ନ ରେ ଭୂବନେଶ୍ୱର ରୁ ୭ଜଣିଆ ପର୍ଯ୍ୟଟକ ଙ୍କୁ ନେଇ ଏକ ଟ୍ରାଭେରା ଗାଡି ଯାହାର ନଂ ଓଡି ୦୨-ୟୁ-୪୮୯୬ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଡା୍ରଇଭର ର ବେପାରୁଆ ଗାଡି ଚାଳନା ଯୋଗୁଁ କୋଣାର୍କ ରିଙ୍ଗ ରୋଡ ନିୟୁ ଶାନ୍ତି ହୋଟେଲ ନିକଟସ୍ତ ରାସ୍ତା ରେ ସିରିଜ ଦୁର୍ଘଟଣା କରି ରାସ୍ତା ପାଶ୍ୱର୍ ରେ ଥୁଆ ହୋଇଥିବା ଗୋଟିଏ ବାଇକ ଯାହା ନମ୍ବର ଓଡି ୦୨-ଏ.ଏନ-୨୫୭୩ ଓ ସ୍କୁଟି ଯାହାର ନମ୍ବର ଓଡି ୧୩ଜି-୫୨୯୧ କୁ ଧକ୍କା ଦେବା ସହ ଫଟୋଗା୍ରଫର ଆସୋସିଏସନ ବିଶା୍ରମ ଗାରକୁ ବାଡେଇ ଚାହା ଦୋକାନ କରିଥିବା କୃଷ୍ଣ ସ୍ୱାଇଁ ଙ୍କ ଦୋକାନକୁ ଧକ୍କା ଦେଇଥିଲା ।

ଯାହା ଦ୍ୱାରା ଗାଡି ଦୁଇଟି ପା୍ରୟ ୫୦ମିଟର ଘୋଷାଡି ହୋଇଯିବା ସହ ଫଟୋଗା୍ରଫର ବିଶା୍ରମଗାର ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଡା୍ରଈଭର ଟି ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ପର୍ଯ୍ୟଟକ ଙ୍କୁ ବସାଇ ଆଣି ଏଭଳି ଦୁର୍ଘଟଣା ଘଟାଇଛି ବୋଲି ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଖବର ପାଇ କୋଣାର୍କ ପି.ସି.ଆର ପହଂଚି ଗାଡିଟିକୁ ଜବତ କରି ଥାନା କୁ ନେବା ସହ ଡା୍ରଇଭର କୁ ଥାନାକୁ ନେଇ ତଦନ୍ତ କରୁଛନ୍ତି ।

Leave A Reply