Odisha news

୪୮ ଘଣ୍ଟିଆ ସଟଡାଉନ ଆରମ୍ଭ : କୋଣାର୍କ ଅଂଚଳ ଖାଁ ଖାଁ।

0
କୋଣାର୍କ,ସବ୍ୟୁ, ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ମୁତାବକ କରୋନା ମହାମାରୀ ପାଇଁ ୧୧ଟି ଜିଲ୍ଲାରେ ଶନିବାର ଠାରୁ ସଟଡାଉନ ଘୋଷଣା କରାଯାଇଛି। ଯାହାର ପ୍ରଭାବ ପୁରିଜିଲ୍ଳାର କୋଣାର୍କ ଅଂଛଳରେ ବେସ ପରିଲକ୍ଷିତ ହୋଇଛି।ଅଂଚଳ ସଟ ଡାଉନ ହୋଇଥିବାରୁ କୋଣାର୍କର ସମସ୍ତ ଦୋକାନ ବଜାର ବନ୍ଦ ରହିବାସହ ରାସ୍ତାଘାଟ ପୁରା ଜନଶୁନ୍ୟ ହେବା ସହ ଖାଁ ଖାଁ ଦେଖାଦେଇଛି।ନିର୍ଦିଷ୍ଟ କେତେକ ମେଡ଼ିସିନ ଦୋକାନକୁ ଛାଡ଼ିଦେଲେ ବାକି ସବୁ ଦୋକାନରେ ତାଲାପଡିଥିଲା।ଜନସାଧାରଣ ପ୍ରସାଶନର ନିର୍ଦେଶକୁ ମାନି ନିଜର ଘରେ ରହିଥିଲେ।ମୋଟାମୋଟୀ ଭାବେ ସଟଡାଉନ ପ୍ରଭାରରେ ଅଂଛଳରେ ନୀରବତା ରାଜୁତି କରୁଥିଲା।କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ନେତୃତ୍ୟ ରେ ଅଂଛଳରେ ଦିନତମାମ ପେଟ୍ରୋଲିଂ କଡ଼ାକଡ଼ି କରାଯିବାର ଦେଖାଯାଇଥିଲା ।ଏହି ସଟଡାଉନ ଆସନ୍ତା ସୋମବାର ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତ ରହିବ।
Leave A Reply

Your email address will not be published.