Odisha news

କରୋନା ସଂକ୍ରମଣ ରୋକିବାକୁ ପଟ୍ଟାମୁଣ୍ଡାଇ ସଟଡାଉନ : ଚାରିଆଡ ଶୂନଶାନ, ଜନଜୀବନ ପ୍ରଭାବିତ

0

ପଟ୍ଟାମୁଣ୍ଡାଇ ତା୦୬.୬- ମହାମାରୀ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ କରୋନା ମୁକାବିଲା କରିବା ପାଇଁ ସମସ୍ତ ଶକ୍ତି ଖଟାଇଥିଲେ ମଧ୍ୟ ଆଶାନୁରୂପ ସଫଳତା ମିଳିପାରିନାହିଁ । କରୋନା ଭୂତାଣୁକୁ ଧ୍ୱସଂ କରିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକମାନେ ଚଳାଇଥିବା ଗବେଷଣା ଫଳପ୍ରସୁ ହୋଇନାହିଁ । କରୋନାରୁ ମୁକ୍ତି ପାଇଁ କୌଣସି ଓøଷଧ ଓ ଟୀକା ବାହାରି ନଥିବାରୁ ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଛି । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କଠୋର ପଦକ୍ଷେପ ନେବା ସହିତ ସୁଚିନ୍ତିତ ରଣନୀତି ଆପଣାଇ ଥିବା ସତ୍ୱେ ଗୁଜରାଟ, ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରେ ସ୍ଥିତି ଉଦବେଗ ଜନକ ଅବସ୍ଥାରେ ରହିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ବହୁ ପୂର୍ବରୁ ପ୍ରଶାସନକୁ ଜାଗତିଆର କରିବା ସହିତ ଅନେକ କଠୋର ପଦକ୍ଷେପ ଓ ସମୟୋପଯୋଗୀ ରଣନୀତି ଆପଣାଇ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛନ୍ତି ।

କରୋନା ମୁକାବିଲା କ୍ଷେତ୍ରରେ ସମଗ୍ର ବିଶ୍ୱରେ ଓଡିଶା ରୋଲ ମଡେଲ ସାଜିଛି । ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧରେ ଶାସକ ଦଳର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ନିଜର ୩ ମାସର ଦରମା ଓ ବିଧାୟକ ସାଂସଦ ପାଣ୍ଠିରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଦାନ ଯୋଗାଇବା ପରେ ବଡ ବଡ ଶିଳ୍ପ ସଂସ୍ଥା, ଚଳଚିତ୍ର ତାରକା ଓ ସମାଜସେବା ଅନୁଷ୍ଠାନ ଗୁଡିକରୁ ସହାୟତାର ସୁଅ ଛୁଟିଛି । ଗ୍ରାମାଚଂଳରେ କରୋନା ମୁକାବିଲାରେ ସରପଚଂମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦୂରଦୃଷ୍ଟି ସଂପନ୍ନ ରାଜନେତା ନବୀନ ପଟ୍ଟନାୟକ ସରପଚଂମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି କରୋନା ଲଢେଇକୁ ନିର୍ଣ୍ଣାୟକ ମୋଡରେ ପହଁଚାଂଇଛନ୍ତି । ନବୀନଙ୍କ ଆହ୍ୱାନରେ କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାମାନଙ୍କୁ ଉସôାହିତ କରିବା ପାଇଁ ସରପଚଂ, ଡାକ୍ତର, ନର୍ସ, ପୋଲିସ ଓ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀଙ୍କ ମୃତୁ୍ୟ ଘଟିଲେ ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ଘୋଷଣା ଯୋଦ୍ଧାମାନଙ୍କ ମନୋବଳକୁ ଦୃଢ କରିଛି ।

ଅଧିକନ୍ତୁ କରୋନା ଯୋଦ୍ଧାମାନଙ୍କୁ ଉସôାହିତ, ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ବିଶ୍ୱବ୍ୟାପି ଓଡିଆମାନେ ବନେ୍ଦ ଉକôଳ ଜନନୀ ସଂଗୀତ ଗାନ କରି କରୋନା ମୁକାବିଲା ଇତିହାସରେ ସ୍ୱତନ୍ତ୍ର ଫର୍ଦ୍ଦ ଯୋଡିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି କରୋନା ଯୋଗୁଁ ମୃତୁ୍ୟବରଣ କଲେ ତାଙ୍କ ପରିବାର ୧୫ ଲକ୍ଷ ଟଙ୍କା ସହାୟତା ରାଶି ପାଇବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଗଣାମାଧ୍ୟମ ପ୍ରତିନିଧିଙ୍କୁ ଆଶ୍ୱସ୍ତ କରିଛି । କରୋନା ପାଇଁ କୌଣସି ଓøଷଧ ଓ ଟୀକା ନଥିବାରୁ ଜନସଚେତନତା, ସତର୍କତା, ସାମମାଜିକ ଦୂରତା ଓ ମାକ୍ସ ପରିଧାନ, ବାରମ୍ବାର ହାତ ଧୋଇବା ହିଁ ଏକମାତ୍ର ବିକଳ୍ପ ଭାବରେ ଦେଖା ଦେଇଛି । ସମଗ୍ର ବିଶ୍ୱରେ ବିଭିନ୍ନ ରାଷ୍ଟ୍ରରେ ପଟ୍ଟାମୁଣ୍ଡାଇର ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅଚଂଳ ଅତ୍ୟନ୍ତ ସମବେଦନଶୀଳ ହୋଇପଡିଛି । ସଂପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ବିଦେଶ ଓ ଓଡିଶା ବାହାରେ ଦୁଃଖ କଷ୍ଟ ଓ ଭୋକ ଉପାସରେ ଥିବା ପ୍ରବାସୀ ଓଡିଆମାନେ ଘର ମୁହାଁ ହୋଇଛନ୍ତି । ପ୍ରବାସୀଙ୍କ ଆଗମନ ଯୋଗୁଁ ଓଡିଶା ଓ କେନ୍ଦ୍ରାପଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ଯାହା ସରକାର ଓ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ସୃଷ୍ଟି କରିଛି ।

କେନ୍ଦ୍ରାପଡା ଜିଲ୍ଲାକୁ କରୋନାମୁକ୍ତ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଅନେକ କଠୋର ପଦକ୍ଷେପ ଗ୍ରହଣ କରିବା ସହିତ ସୁଚିନ୍ତିତ ରଣନୀତି ଆପଣାଇଛନ୍ତି । ଏ କ୍ଷେତ୍ରରେ ସଂପୂର୍ଣ୍ଣ ସଜାଗ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ମାତ୍ର ଜିଲ୍ଲାକୁ ପ୍ରବାସୀମାନଙ୍କ ଆଗମନ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ କେନ୍ଦ୍ରାପଡା ଜିଲ୍ଲାରେ କରୋନା କାୟା ମେଲାଇବା ଆରମ୍ଭ କରିଛି । କେନ୍ଦ୍ରାପଡା ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ଜିଲ୍ଲାପାଳ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରିଛନ୍ତି । କରୋନା କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅଚଂଳ ଅତ୍ୟନ୍ତ ସମବେଦନଶୀଳ ହୋଇଥିବାରୁ ଏଠାରେ ଜିଲ୍ଲା ପ୍ରଶାସନ ଅଧିକ କଠୋର ହୋଇପଡିଛି ।

ଆଜି ପଟ୍ଟାମୁଣ୍ଡାଇ ଅଚଂଳକୁ ସଂପୂର୍ଣ୍ଣ ସଟ ଡାଉନ କରାଯାଇଥିଲା । ସଟଡାଉନକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ବିଡିଓ ଭରତ ଚନ୍ଦ୍ର ପରିଡା, ତହସିଲଦାର ଶରତ କୁମାର ଗିରି, ଏସଡିପିଓ ରଞନ କୁମାର ଦେ, ସବଡିଭିଜନାଲ ହସ୍ପିଟାଲର ମୁଖ୍ୟଚିକିସôାଧିକାରୀ ଡା. ନିରାକାର ପରିଡା, ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ ପ୍ରମୁଖ ପ୍ରଶାସନିକ ଅଧିକାରୀ ପୋଲିସ ଫୋର୍ସ ସହିତ ଜାଗତିଆର ରହିଥିଲେ । ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଥିଲା । ଆଜି ସଟଡାଉନ ଯୋଗୁଁ ଆଖପାଖ ଅଚଂଳର ସମସ୍ତ ପଚାଂୟତ, ୱାର୍ଡ, ପୌରାଚଂଳର ସମସ୍ତ ୱାର୍ଡ, ଗାଁ, ସାହି, ବସ୍ତି ଶୂନଶାନ ହୋଇପଡିଛି ।

ପଟ୍ଟାମୁଣ୍ଡାଇ ସହର ସମେତ ନିମପୁର ବଜାର, ଶାସନ ବଜାର, ମାଳିପୁର ବଜାର, ଗୁଣ୍ଠି କାଉଖିଆ ବଜାର, ମଦନପୁର ବଜାର, କଟାଂବଣ ହାଟ, ଅଳପୁଆ ବଜାର, ଅଣ୍ଢରା ହାଟ, ଅମୃତମଣୋହି ବଜାର, ବଲୁରିଆ ବଜାର, ଦାଣ୍ଡିସାହି ବଜାର, ଡାମରପୁର ବଜାର, ମୂଳବସନ୍ତ ବଜାର, ପୋହଳ ବଜାର ଓ ଗାଁ ଗହଳରେ ଥିବା ସମସ୍ତ ବଜାର, ହାଟ ଆଦି ବନ୍ଦ ରହିଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଚାଂୟତ ଓ ପୌରାଚଂଳର ୨୦ଟି ୱାର୍ଡରେ ଥିବା ହଜାର ହଜାର ଲୋକ ସଟଡାଉନ ଯୋଗୁଁ ବସ୍ତୁତଃ ଗୃହବନ୍ଦୀ ହୋଇପଡିଛନ୍ତି । କୌଣସି ଲୋକ ବାହାରକୁ ବାହାରୁ ନଥିବାବେଳେ କେବଳ ଜରୁରୀ ଓøଷଧ ଓ ରୋଗୀମାନଙ୍କ ଆତଜାତ ହେଉଥିବା ଦେଖିବାକୁ ମିଳୁଛି । ଦୀର୍ଘ ୧୦୦ ବର୍ଷ ଇତିହାସରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିନଥିଲା ବୋଲି ବୟୋଜ୍ୟେଷ୍ଠମାନେ ପ୍ରକାଶ କରିଛନ୍ତି ।

Nalco

Leave A Reply