ବୋଲଗଡ ତା ୦୬/୦୬ : କରୋନା ମହାମାରୀ ସଙ୍କଟକୁ ଆଖୀ ଆଗରେ ରଖି ଅନ୍ୟରାଜ୍ୟରେ ଫସିଥିବା ଲକ୍ଷାଧିକ ଓଡିଆଙ୍କୁ ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଘରକୁ ଫେରାଇ ଆଣୁଛନ୍ତି । ଗତ ୧ମାସ ମଧ୍ୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ କେରଳ, ତାମିଲନାଡୁ,ଆନ୍ଧ୍ରପ୍ରଦେଶ, ମହାରଷ୍ଟ୍ର,ଗୁଜୁରାଟ ପ୍ରଭୃତି ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ବୋଲଗଡ ବ୍ଲକ ଅଞ୍ଚଳର ୮୫୩ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଏବଂ ୩୦ଜଣଙ୍କୁ ନିଜ ନିଜ ଘରମାନଙ୍କରେ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ଶନିବାର ସୁଦ୍ଧା ଉକ୍ତ ଶ୍ରମିକଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ଅବଧି ଶେଷ କରି ୪୫୫ଜଣ ନିଜ ନିଜ ଘରକୁ ନେଗେଟିଭ ରିପୋର୍ଟ ଆସିବା ପରେ ଫେରିଛନ୍ତି ।
ଅଦ୍ୟାବଧି ବୋଲଗଡ ବ୍ଲକରେ ୭ଜଣ ପ୍ରବାସୀ ଓଡିଆ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର କୋଭିଡ-୧୯ ଚିକିସôାଳୟରେ ଚିକିସôିତ ହେଉଛନ୍ତି । ଖବର ଲେଖାହେବାପର୍ଯ୍ୟନ୍ତ କେରଳ,ଆନ୍ଧ୍ର ଏବଂ ତାମିଲନାଡୁ ରାଜ୍ୟରୁ ଆସିଥିବା ୩ଟି ବସରେ ଶତାଧିକ ପ୍ରବାସୀ ଓଡିଆ ବୋଲଗଡ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିବାର କୋଭିଡ-୧୯ ସୂଚନା ଅଧିକାରୀ ସୈାମ୍ୟରଞ୍ଜନ ରାୟ ପ୍ରକାଶ କରିଛନ୍ତି । ସେମନାଙ୍କୁ ରାତିସୁଦ୍ଧା ନିଜ ନିଜ ପଞ୍ଚାୟତରେ କ୍ୱାରେଣ୍ଟାଇନ କେନ୍ଦ୍ରରେ ପହଞ୍ଚ କରିବାକୁ ସୂଚନା ଦେଇଛନ୍ତି । ଅପରପକ୍ଷେ ୪୫୫ଜଣ ପ୍ରବାସୀ ଓଡିଆ କ୍ୱାରେଣ୍ଟାଇନ କେନ୍ଦ୍ରରୁ ନିଜ ଘରକୁ ଫେରିଥିବା ବେଳେ ସେମାନଙ୍କୁ ଜଣ ପିଛା ୨ହଜାରଟଙ୍କା ଲେଖାଏଁ ଦେବାର ନିୟମ ଥିଲା ବେଳେ କୈାଣସି ଜଣେ ମାତ୍ର ଏହି ପ୍ରବାସୀଙ୍କୁ ସହୟାତା ରାଶି ଦିଆଯାଇନଥିବାର ବ୍ଲକ ସୂତ୍ରରୁ ପ୍ରକାଶ । ସେମାନଙ୍କୁ ଖବ୍ ଶିଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।