Odisha news

ବୋଲଗଡରେ ସଟ୍ଡାଉନ ଯୋଗୁଁ ଜୀବନଯାତ୍ରା ଠପ୍

0

ବୋଲଗଡ ତା ୦୬/୦୬ : କରୋନା ମହାମାରୀ ପାଇଁ ପ୍ରତିଶେଧକ ବ୍ୟବସ୍ଥା ସ୍ୱରୁପ ରାଜ୍ୟରେ ସଂକ୍ରମଣ ପ୍ରଭାବିତ ୧୧ଟି ଜିଲ୍ଲକୁ ଜୁନ ମାସର ପ୍ରତ୍ୟେକ ଶନିବାର ଓ ରବିବାର ପାଇଁ ୪୮ଘଣ୍ଟିଆ ସଟ୍ଡାଉନ ଘୋଷଣ ।କରାଯାଇଛି । ଏହି ଅବସରରେ ମାସର ପ୍ରଥମ ଶନିବାର ଆଜି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ ସମ୍ପୁର୍ଣ୍ଣ ଭାବରେ ବୋଲଗଡ ,ରାଜସୁନାଖଳା, ପିଚୁକୁଳି,ଭୀମପଡା,ଧଳାପଥର,ବାଙ୍କୋଇ,ଦେଉଳି ବଜାରମାନଙ୍କରେ ଥିବା ଦୋକାନ ଗୁଡିକ ବନ୍ଦ ରହିଥିଲା ।

ବୋଲଗଡ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଶାଖା ଗୁଡିକ ମଧ୍ୟ ବନ୍ଦ ଥିଲା । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ କାଁଭାଁ ମାଲ ପରିବହନ ଟ୍ରକ ଓ କେତେକ ଆମ୍ବୁଲାନ୍ସକୁ ଛାଡିଦେଲେ ବାକି ସମ୍ତ ଗାଡି ମୋଟର ବନ୍ଦ ରହିବାଫଳରେ ରାସ୍ତାଘାଟ ଶୁନଶାନ୍ ଲାଗୁଥିଲା । ଶୁକ୍ରବାର ସନ୍ଧ୍ୟାରେ ବୋଲଗଡ ତହସିଲଦାରଙ୍କ ପକ୍ଷରୁ ଡାକବାଜୀଯନ୍ତ୍ର ଦ୍ୱାରା ବୋଲଗଡ ଅଞ୍ଚଳରେ ୧୪୪ଧାରା ଜାରୀ କରାଯାଇଛି ବୋଲି ଜନସାଧାରଣଙ୍କୁ ସୂଚନା ଦିଆଯାଇଛି । ଘରୁ ନବାହାରିବା, ଜରୁରୀ କାମ ଥିଲେ ପରିଚୟ ପତ୍ର ସହିତ ମାସ୍କ ପିନ୍ଧିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ବୋଲଗଡ ଥାନା ପୋଲିସ,ବାଙ୍କୋଇ ଫାଣ୍ଡି ପୋଲିସ ଓ ଗୋବର୍ଦ୍ଧନପୁର ପୋଲିସ ପକ୍ଷରୁ ଦିନସାାରା ପାଟ୍ରୋଲିଙ୍ଗ କରାଯାଇଥିଲା ।

Har Ghar Tiranga

Leave A Reply